ଓଡିଶା

odisha

ETV Bharat / state

କୋରୋନା କଟକଣା, ବାପାର ଅନ୍ତିମ କ୍ରିୟାରେ ସାମିଲ ହୋଇପାରିଲାନି ପୁଅ - କୋରୋନା କଟକଣା

କୋରୋନା କଟକଣା ଯୋଗୁ ଘରକୁ ଫେରି ନପାରି ସୁଦୂର ଚେନ୍ନାଇରେ ରହି ଦଶ କ୍ରିୟାରେ ସାମିଲ ହେବାକୁ ପୁଅ ଭିଡିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଆହୁରି ପଢନ୍ତୁ...

The son was unable to attend the funeral because of corona
କରୋନା ଦୁଃଖ, ବାପାର ଅନ୍ତିମକ୍ରିୟାରେ ସାମିଲ ହୋଇପାରିଲାନି ପୁଅ

By

Published : Mar 31, 2020, 4:43 PM IST

ଯାଜପୁର: କୋରୋନା ଆଣିଛି ଦୁଃଖ । ହୃଦଘାତରେ ବାପା ଚାଲିଗଲେ । କିନ୍ତୁ ଅନ୍ତିମକ୍ରିୟାରେ ସାମିଲ ହୋଇପାରିଲାନି ପୁଅ । କୋରୋନା କଟକଣା ଯୋଗୁ ଘରକୁ ଫେରି ନପାରି ସୁଦୂର ଚେନ୍ନାଇରେ ରହି ଦଶ କ୍ରିୟାରେ ସାମିଲ ହେବାକୁ ପୁଅ ଭିଡିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

କରୋନା ଦୁଃଖ, ବାପାର ଅନ୍ତିମକ୍ରିୟାରେ ସାମିଲ ହୋଇପାରିଲାନି ପୁଅ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାହାମ୍ବା ପଞ୍ଚାୟତ କୁରାସଂ ଗ୍ରାମର ତ୍ରୈଲୋକ୍ୟ ଦାସ ଚେନ୍ନାଇର ଏକ କମ୍ପାନୀରେ ୫ ବର୍ଷ ହେଲା କାମ କରି ପରିବାର ଚଳାଉଥିଲେ । ଗତ ୨୪ ତାରିଖରେ ବାପାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । କିନ୍ତୁ ସେ ଘରକୁ ଆସି ଅନ୍ତିମ କ୍ରିୟାରେ ସାମିଲ ହେବାକୁ ଚାହୁଁଥିବା ବେଳେ କୋରୋନା ସାଜିଛି ପ୍ରତିବନ୍ଧକ । ଯାତାୟତ ଠପ୍ ଥିବାରୁ ସେ ଘରକୁ ଫେରି ପାରିନାହାଁନ୍ତି ।

କିନ୍ତୁ ଏବେ ବାପାଙ୍କ ଦଶ କ୍ରିୟାରେ ପୁଅ ଉପସ୍ଥିତ ରହି ସୁଦ୍ଧି ହେବାକୁ ଚାହୁଁଥିବା ବେଳେ କାଞ୍ଚିପୁରମ ଜିଲ୍ଲାର ପାଡାପାଇ ଅଞ୍ଚଳରେ ରହୁଥିବା ତ୍ରୈଲୋକ୍ୟ ବନ୍ଦ କୋଠରୀରୁ ମୁକୁଳି ପାରୁନାହିଁ । ତେଣୁ ସେ ଏକ ଭିଡିଓ ଜରିଆରେ ସେଠାରୁ ଆସିବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details