ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନକୁ ଦାବିପତ୍ର ଦେଲେ ଟେଣ୍ଟ ହାଉସ ମାଲିକ

By

Published : Jun 9, 2020, 10:27 AM IST

ଲକଡାଉନରେ ଚେଣ୍ଟ ହାଉସ ଓ ଲାଇଟ ସପ୍ଲାୟର୍ସଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଯାହାକୁ ନେଇ ସେମାନେ ଏହାକୁ କାର୍ଯ୍ୟକ୍ଷମ କରାଇବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନକୁ ଦାବିପତ୍ର ଦେଲେ ଟେଣ୍ଟ ହାଉସ ମାଲିକ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନକୁ ଦାବିପତ୍ର ଦେଲେ ଟେଣ୍ଟ ହାଉସ ମାଲିକ

ଯାଜପୁର: କୋରୋନା ଯୋଗୁଁ ଗତ 2 ମାସରୁ ଅଧିକ ହେବ ଲକଡାଉନ ଜାରି ରହିଥିବାବେଳେ, ଏବେ ଦେଶରେ ଅନଲକ-1 ଲାଗୁ ହୋଇଛି । ଏଥିରେ କିଛି ମାତ୍ରାରେ କୋହଳ କରାଯାଇଥିବାବେଳେ, ଧାର୍ମିକ ଅନୁଷ୍ଠାନ, ମଲ ଓ ରେସ୍ତୋରାଁକୁ ଖୋଲି ଦିଆଯାଇଛି । କିନ୍ତୁ ବିବାହ ଓ ବ୍ରତ ଭଳି ସାମାଜିକ କାର୍ଯ୍ୟ କରିବାକୁ ନାନା ବାରଣ କରାଯାଇଛି । ସେଥିପାଇଁ ବିବାହ ମଣ୍ଡପ, ଟେଣ୍ଟ ହାଉସ ମାଲିକ ମାନେ ଗତ ୩ ମାସ ଧରି ନାନା ହଇରାଣ ହରକତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନକୁ ଦାବିପତ୍ର ଦେଲେ ଟେଣ୍ଟ ହାଉସ ମାଲିକ

ଧାର କରଜ କରି ଟେଣ୍ଟ ହାଉସ ଗୁଡିକରେ ପୁଞ୍ଜି ଖଟାଇଥିବା ବେଳେ, ସରକାରଙ୍କ କଟକଣା ଯୋଗୁଁ ମାଲିକ ମାନେ ହତାଶ ହୋଇପଡିଛନ୍ତି । ନିକଟରେ ଯାଜପୁରରେ ଜଣେ ଟେଣ୍ଟ ହାଉସ ମାଲିକ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଏହାର ପ୍ରତିବାଦରେ ମଙ୍ଗଳବାର ଟେଣ୍ଟ ଓ ଲାଇଟ ସପ୍ଲାୟର ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଟେଣ୍ଟ ହାଉସ, ଲାଇଟ ସାଉଣ୍ଡ ବ୍ୟବହାର ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରିବା ସହିତ କ୍ଷତିପୁରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details