ଓଡିଶା

odisha

ETV Bharat / state

ଯାଜପୁରରେ ବଢୁଛି ସଂକ୍ରମିତ ସଂଖ୍ୟା, ପୁଣି ଚିହ୍ନଟ ହେଲେ 31 ଆକ୍ରନ୍ତ - ଯାଜପୁର କୋରୋନା ଅପଡେଟ

ଯାଜପୁରରେ ବଢୁଛି ସଂକ୍ରମିତ ସଂଖ୍ୟା, ପୁଣି ଚିହ୍ନଟ ହେଲେ 31 ଆକ୍ରନ୍ତ । ଦଶରଥପୁରର କଟିକଟା ପରେ ଏବେ ବିଂଝାରପୁର ପାଲଟିଛି ହଟ୍ ଜୋନ୍। ବିଂଝାରପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା 23ରେ।

new corona case reported in jajpur
ଯାଜପୁର କୋରୋନା ଅପଡେଟ

By

Published : May 17, 2020, 5:03 PM IST

Updated : May 17, 2020, 7:27 PM IST

ଯାଜପୁର: ଜିଲ୍ଲାରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ଆଉ 31 କୋରୋନା ପଜିଟିଭ । କେବଳ ଜଣେ ମାତ୍ର ଗୁଜୁରାଟ ଫେରନ୍ତା ହୋଇଥିବା ବେଳେ ଅନ୍ୟ 30ଜଣ ହେଉଛନ୍ତି କୋଲକାତା ଫେରନ୍ତା । ସମସ୍ତ ଆକ୍ରାନ୍ତ ସରକାରୀ କ୍ବାରେଣ୍ଟାଇନରେ ଥିଲେ। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି 121ରେ। ଦଶରଥପୁରର କଟିକଟା ପରେ ଏବେ ହଟ ଜୋନ ପାଲଟିଛି ବିଂଝାରପୁର ବ୍ଲକ ଅଞ୍ଚଳ। ଚିହ୍ନଟ 31 ଜଣଙ୍କ ମଧ୍ୟରୁ 20ଜଣ ହେଉଛନ୍ତି ବିଂଝାରପୁର ବ୍ଲକର। ବିଂଝାରପୁରରେ କୋରୋନା ସଂକ୍ରମିତ ସଂଖ୍ୟା ପହଞ୍ଚିଛି 23ରେ।

ଯାଜପୁର କୋରୋନା ଅପଡେଟ

ଯାହାକୁ ନେଇ ଏବେ ସମଗ୍ର ବ୍ଲକ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେହିପରି ଆଜି ବରୀରୁ 6 ଜଣ ଚିହ୍ନଟ ହୋଇଥିବା ବେଳେ ରସୁଲପୁରରୁ ମଧ୍ୟ ଆଉ 5ଜଣ ଚିହ୍ନଟ ହୋଇଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ କଟକଣାକୁ କଡାକଡି କରାଯିବା ସହିତ ସାନିଟାଇଜିଂ କାମ ଜାରି ରହିଛି।

ଜିଲ୍ଲାରେ ଆକ୍ରାନ୍ତଙ୍କ ମଧ୍ୟରୁ 52ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଅବଶିଷ୍ଟ 69ଜଣ ସକ୍ରିୟ ଥିବା ଜଣାପଡିଛି। ଏବେ ଚିହ୍ନଟ ହୋଇଥିବା 31ଜଣଙ୍କ ମଧ୍ୟରେ ବିଂଝାରପୁରରୁ 20, ବରୀରୁ 6ଜଣ ଓ ରସୁଲପୁର ରୁ 5ଜଣ ଅଛନ୍ତି। ପଜିଟିଭ ଜଣାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଟାଟା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରକୁ ନିଆଯାଉଛି।

ସେହିପରି ବରୀରେ ଆଉ 6ଜଣ ଚିହ୍ନଟ ହେବାପରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି 15ରେ । ଏବେ ଲଗାତର ଭାବେ 5ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଜିଲ୍ଲାକୁ ଫେରିଥିବାରୁ ଆଗକୁ ମଧ୍ୟ ଆକ୍ରାନ୍ତ ସଂଖ୍ୟା ଅଧିକ ବଢିବାର ଆଶଙ୍କା ଦେଖାଦେଇଛି। ଆକ୍ରାନ୍ତ ଅଞ୍ଚଳର ଅଧିବାସୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଆପତ୍ତି ଜଣାଇଛନ୍ତି ଅଞ୍ଚଳବାସୀ।

ସେପଟେ ବିଂଝାରପୁର ସମେତ ବରୀ ଓ ରସୁଲପୁର ଅଞ୍ଚଳରେ ଚିହ୍ନଟ ହୋଇଥିବା ଲୋକଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ କ୍ବାରେଣ୍ଟାଇନ ସେଣ୍ଟରକୁ ନିଆଯାଉଛି। ଅନ୍ୟପଟେ ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବ୍ୟକ୍ତି ହୋଇଥିବାରୁ ଲୋକମାନେ ଏଥିରେ ଭୟଭିତ ନ ହୋଇ ସତର୍କ ଓ ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଯାଜପୁରରୁ ଜ୍ଞାନରଂଜନ ଓଝା, ଇଟିଭି ଭାରତ

Last Updated : May 17, 2020, 7:27 PM IST

ABOUT THE AUTHOR

...view details