ଯାଜପୁର: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଶୁକ୍ରାବର ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦେଶ ବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ଏହାକୁ ବିରୋଧ କରି ନବନିର୍ମାଣ କୃଷକ ସଙ୍ଗଠନ ଓ ଅନ୍ୟାନ ରାଜନୈତିକ ଦଳ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି ।
କେନ୍ଦ୍ରର କୃଷି ବିଲକୁ ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ - Naba nirmana krusi sangathan opposes agricultural bill
କେନ୍ଦ୍ରର କୃଷି ବିଲକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନବନିର୍ମାଣ କୃଷକ ସଙ୍ଗଠନର ଧାରଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କେନ୍ଦ୍ରର କୃଷି ବିଲକୁ ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ
କୃଷି ବିଲ କୃଷକ ମାନଙ୍କ ହିତରେ ଲାଗିବାର ଆଶଙ୍କା କମ ଥିବାରୁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏହାସହ କୋରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ୟୁନିଟ ପିଛା ୨୦ ପଇସା ବୃଦ୍ଧିକୁ ବିରୋଧ କରିଛି ସିପିଆଇଏମ । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ପ୍ରତ୍ୟାହାର କରିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ