ଓଡିଶା

odisha

By

Published : Apr 6, 2020, 3:53 PM IST

ETV Bharat / state

ଆଜି ଯାଜପୁରରେ ସରିବ ସଟଡାଉନ ଅବଧି, କାଲିଠାରୁ ଲକଡାଉନ କଡାକଡି

ଆଜି(ସୋମବାର) ହେଉଛି ଯାଜପୁରରେ ସଟଡାଉନର ଶେଷ ଦିନ । ତେବେ ଆସନ୍ତାକାଲି ଠାରୁ ଯାଜପୁର ଜିଲ୍ଲା ବାସୀ କିଭଳି ଲକଡାଉନକୁ ମାନିବେ ଆଉ ସାଧାରଣ ଲୋକ,ଦୋକାନ ବଜାର ପାଇଁ କଣ କଣ ନିୟମ ଆଉ କଟକଣା ଅଛି ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଅଧିକ ପଢନ୍ତୁ...

the lockdown has been tight since yesterday
ଆଜି ଯାଜପୁର ସଟଡାଉନର ଶେଷ ଦିନ, ଗତକାଲି ଠାରୁ ଲକଡାଉନ କଡାକଡି

ଯାଜପୁର: ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନାର ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଓଡ଼ିଶାରେ ଦିନକୁଦିନ ଭୁବନେଶ୍ବର, ଭଦ୍ରକ, କଟକ ସମେତ ଯାଜପୁରରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହି ଜିଲ୍ଲାମାନଙ୍କରେ 48ଘଣ୍ଟିଆ ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି(ସୋମବାର)ହେଉଛି ଯାଜପୁରରେ ସଟଡାଉନର ଶେଷ ଦିନ । ଆସନ୍ତାକାଲିଠାରୁ ଯାଜପୁର ଜିଲ୍ଲା ବାସୀ କିଭଳି ଲକଡାଉନକୁ ମାନିବେ ଆଉ ସାଧାରଣ ଲୋକ,ଦୋକାନ ବଜାର ପାଇଁ କଣ କଣ ନିୟମ ଆଉ କଟକଣା ଅଛି ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଆଜି ଯାଜପୁର ସଟଡାଉନର ଶେଷ ଦିନ, ଗତକାଲି ଠାରୁ ଲକଡାଉନ କଡାକଡି

ଆସନ୍ତା କାଲି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଆବଶ୍ୟକୀୟ ଆୟୋଜନ କରିବ ସମ୍ପୃକ୍ତ ଦୋକାନୀ,ମହଲ ମାଲିକ ଏବଂ ହାଟ ପରିଚାଳକ। ଯଦି କୌଣସି ଦୋକାନୀ ବିକ୍ରୟ ସମୟରେ ନିୟମକୁ ଉଲ୍ଲଂଘନ କରନ୍ତି ସମ୍ପୃକ୍ତ ଦୋକାନକୁ ସିଲ କରିବା ସହିତ ସମସ୍ତ ସାମଗ୍ରୀ ଜବତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଆବଶ୍ୟକ ନଥିଲେ ଘରୁ ନବାହାରିବା ସହ ବିନା କାରଣରେ ରାସ୍ତା ଘାଟରେ ଗାଡି ମୋଟର ଧରି ବୁଲିବାକୁ ବାରଣ କରାଯାଇଛି ।

ନିହାତି ଆବଶ୍ୟକ ପଡ଼ିଲେ ମାକ୍ସ ଏବଂ ଗ୍ଲୋବସ ଧରି ପଦାକୁ ବାହାରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଏଥିସହିତ ଏହି ଆଦେଶକୁ ଯଦି କୌଣସି ବ୍ୟକ୍ତି ଅମାନ୍ୟ କରନ୍ତି ତେବେ ଆଗ ଅପେକ୍ଷା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details