ଯାଜପୁର: ଲକଡାଉନ ପାଇଁ ସବୁଠି ଏବେ ତାଲା ବନ୍ଦ । ଏଭଳି ପରିସ୍ଥିତିରେ ଘରଭଡା ଆଦାୟ ନକରିବାକୁ ମୁଖ୍ୟମନ୍ତ୍ରୀ ଘର ମାଲିକଙ୍କୁ ଅନୁରୋଧ କରିଥିଲେ । ହେଲେ ଶୁକ୍ରବାର ଏଭଳି ଜଣେ ଘର ମାଲିକଙ୍କ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ।
ଘରଭଡା ବାବଦ ଟଙ୍କା ଦେଇ ନଥିବାରୁ ଭଡାରେ ରହୁଥିବା ଏକ ପରିବାରର ସମସ୍ତ ଆସବାସପତ୍ର ଫିଙ୍ଗିଦେବା ସହ ତାଙ୍କୁ ଜୋର ଜବରଦସ୍ତ ଘରୁ ବାହାର କରିଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ।
ସ୍ଥାନୀୟ କୋପଣ୍ଡ ଗ୍ରାମର ବାବାଜୀ ଚରଣ ଦାସ ନାମକ ଏହି ଘର ମାଲିକ କେନ୍ଦୁଝର ଜିଲ୍ଲା ଦଇତାରୀ ଅଞ୍ଚଳର ଜିତୁ କାରୁଆଙ୍କୁ ଘର ଭଡା ଆକାରରେ ଦେଇଥିଲେ । ଏଠାରେ ଜିତୁ ତାଙ୍କ ପତ୍ନୀ ଓ ୪ ଛୋଟ ପିଲାଙ୍କୁ ଧରି ରହିବା ସହ ଦିନ ମଜୁରିଆ ଭାବେ କାମ କରୁଥିଲେ ।