ଯାଜପୁର: ଚାଲିଛି ନବରାତ୍ରି । ସେଥିପାଇଁ ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ କିନ୍ନରମାନେ ମାଙ୍କୁ ପୂଜା କରିଛନ୍ତି । କୋରୋନା ସମୟରେ ଦେଶର ଲୋକମାନଙ୍କ ସୁରକ୍ଷା କାମନା କରିଛନ୍ତି ।
ସମାଜର ମଙ୍ଗଳ କାମନା କରି ମା’ଙ୍କୁ ପୂଜା କଲେ ଯାଜପୁରର କିନ୍ନର ସଂଘ - The Kinnar Sangh of Jajpu
କୋରୋନା ସମୟରେ ଦେଶବାସୀଙ୍କ ସୁୁରକ୍ଷା କାମନା କରି ମା’ଙ୍କୁ ପୂଜା କରିଛନ୍ତି କିନ୍ନର ସଂଘ । ଅଧିକ ପଢନ୍ତୁ...
ବିଶେଷ କରି କୋରୋନା ସମୟରେ ସମଗ୍ର ଦେଶବାସୀ କିପରି ରକ୍ଷା ପାଇବେ ତାହା କାମନା କରି ମାକେ ପୂଜା କରିଛନ୍ତି କିନ୍ନର ସଂଘ । ସମସ୍ତ କିନ୍ନର ସକାଳୁ ନିତ୍ୟକ୍ରମ ସାରି ପୂଜା ପାଇଁ ପ୍ରସ୍ତୁତ ହୋଇଥିଲେ । ଏହା ପରେ ଘରେ କଳସ ସ୍ଥାପନ କରି ମାଙ୍କ ପୂଜା ଆରମ୍ଭ କରିଥିଲେ । ଏହି ପୂଜା ତିନି ଦିନ ଧରି ଚାଲିଛି । କୋରୋନା ଅନେକଙ୍କ ଜୀବନ ଜୀବିକାକୁ ଛଡେଇ ନେଇଛି । ଆଗକୁ ଯେପରି ଏପରି ନହୁଏ ତାହା ମାନସିକ କରି ମାଙ୍କୁ ପୂଜା କରିଛନ୍ତି କିନ୍ନର ସଂଘ । ଏହି ଅବସରରେ କିଛି ସାଧାରଣ ଲୋକ ମଧ୍ୟ ନିଜକୁ ପୂଜାରେ ସାମିଲ କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ