ଯାଜପୁର:ଯାଜପୁର ଜିଲ୍ଲା ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତ କିଛିଦିନ ତଳେ ମଙ୍ଗଳପୁର ଥାନା କୁଅଁରସାହିରେ ଏକ ହତ୍ୟାକାଣ୍ଡ ହୋଇଥିଲା। କେହି ଜଣେ ଦୁର୍ବୃତ୍ତ କାର୍ତ୍ତିକ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାରେ ମୃତକଙ୍କ ପରିବାର ସହାୟତା ଯୋଗାଇ ଦେବାକୁ ଦାବି କରିଛି ଯାଜପୁର ବହୁଜନ ସମାଜବାଦୀ ପାର୍ଟି।
କାର୍ତ୍ତିକ ଜେନା ଓ ତାଙ୍କ ବନ୍ଧୁଙ୍କୁ କେହି ଜଣେ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ କାର୍ତ୍ତିକ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ଚିକିତ୍ସାଧିନ ଥିବା ବ୍ୟକ୍ତିଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ଓ ସହଯୋଗ ଯୋଗାଇ ଦେବାକୁ ଦାବି କରିଛି ଯାଜପୁର ବହୁଜନ ସମାଜବାଦୀ ପାର୍ଟି।