ଓଡିଶା

odisha

ETV Bharat / state

କୋଭିଡ ଯୋଦ୍ଧାଙ୍କ ପରିବାରକୁ 15 ଲକ୍ଷ ସହାୟତା - Covid Death

କୋରୋନା ମହାମାରୀ ସମୟରେ ନିଜ ଜୀବନକୁ ତୁଚ୍ଛ କରି ଲୋକମାନଙ୍କୁ ଖବର ପହଁଞ୍ଚାଇ ଆସୁଥିବା ସାମ୍ବାଦିକଙ୍କ ମୃତ୍ୟୁ ପରେ ସରକାରଙ୍କ ତରଫରୁ କୋଭିଡ୍ ଯୋଦ୍ଧା ଘୋଷଣା କରାଯାଇଥିବା ବେଳେ ତାଙ୍କ ପରିବାରଙ୍କୁ ମିଳିଲା 15 ଲକ୍ଷର ସହାୟତା । ଅଧିକ ପଢନ୍ତୁ...

କୋଭିଡ ଯୋଦ୍ଧାଙ୍କ ପରିବାରକୁ ସରକାରଙ୍କ ତରଫରୁ 15 ଲକ୍ଷ ସହାୟତା
କୋଭିଡ ଯୋଦ୍ଧାଙ୍କ ପରିବାରକୁ ସରକାରଙ୍କ ତରଫରୁ 15 ଲକ୍ଷ ସହାୟତା

By

Published : Jul 10, 2021, 9:53 PM IST

ଯାଜପୁର: କୋଭିଡ ଯୋଦ୍ଧାଙ୍କୁ ସରକାରଙ୍କ 15 ଲକ୍ଷ ସହାୟତା । ଯାଜପୁର ବ୍ଲକ୍ ଅଧିନ ଖଇରାବାଦ ଗ୍ରାମର ନିବାସୀ ଅଶୋକ ସାହୁ ଦୈନିକ ଓଡିଆ ସମ୍ବାଦ ପତ୍ର ମନ୍ଥନରେ ସମ୍ବାଦିକ କାର୍ଯ୍ୟ କରିଆସୁଥିଲେ । ତେବେ କାର୍ଯ୍ୟରତ ଅବସ୍ଥାରେ ସେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ରାଜ୍ୟ ସରକାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେଇଥିବାରୁ ଅଶୋକଙ୍କର ଚିକିତ୍ସା ସୁବିଧା ମଧ୍ୟ କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ପରେ ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ।

କୋଭିଡ ଯୋଦ୍ଧାଙ୍କ ପରିବାରକୁ ସରକାରଙ୍କ ତରଫରୁ 15 ଲକ୍ଷ ସହାୟତା

ଏହି ଅର୍ଥ ରାଶି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ମାର୍ପଂତରେ ଅଶୋକ ସାହୁଙ୍କ ପତ୍ନୀ ସ୍ମୃତି ସାହୁଙ୍କ ଆକାଉଣ୍ଟକୁ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ମୃତିଙ୍କ ଘରକୁ ଯାଇ ଏହି ସହାୟତା ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ ସେମାନଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସୁବିଧା ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସହଯୋଗ କ୍ରମେ ସେ ତାଙ୍କ ପରିବାର ମୁହଁରେ ହସ ଫୁଟାଇ ପାରିଥିବା ନେଇ କହିଛନ୍ତି କୋଭିଡ ଯୋଦ୍ଧା ଅଶୋକଙ୍କ ପତ୍ନୀ ସ୍ମୃତି ସାହୁ । ଏଥିସହ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କୁ ଗଭୀର କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details