ଯାଜପୁର: ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଇରାବାଦ ପଞ୍ଚାୟତ କଳିନ୍ଦ୍ରାବାଦ୍ ଗ୍ରାମରେ ଅଘଟଣ । ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଗୁୁରୁତର ହେଲେ କଳିନ୍ଦ୍ରା ବାଦ ଗ୍ରାମର ମହେନ୍ଦ୍ର କୁମାର ସାହୁ, ଅଳକା ସାହୁ, ନାବାଳିକା ସବିତା ସାହୁ, ଅଖଜି ସାହୁ, ରାଜୁ ସାହୁ ବୋଲି ଜଣାପଡିଛି ।
ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର, ଯାଜପୁର ଡାକ୍ତରଖାନାରେ ଭର୍ତ୍ତି - gas tank exploded in jajpur
ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଇରାବାଦ ପଞ୍ଚାୟତ କଳିନ୍ଦ୍ରାବାଦ୍ ଗ୍ରାମରେ ଅଘଟଣ । ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ସଦସ୍ୟ ଗୁରୁତର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଗ୍ୟାସ ଟାଙ୍କି ଫାଟି ୫ଗୁରୁତର, ଯାଜପୁର ଡାକ୍ତରଖାନାରେ ଭର୍ତ୍ତି
ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ୧୫ ବର୍ଷିୟ ଯୁବତୀ ରହିଛନ୍ତି । ରୋଷେଇ ସମୟରେ ଗ୍ୟାସ ଟାଙ୍କି ପାଇପ ମୋଡି ହୋଇଥିବା ସମୟରେ ଜଣେ ସଦସ୍ୟ ଏହାକୁ ସଜାଡୁଥିବା ସମୟରେ ହଠାତ୍ ଟାଙ୍କିରୁ ପାଇପ ଅଲଗା ହୋଇ ଯାଇଥିଲା । ଫଳରେ ଟାଙ୍କି ବହୁତ ଜୋରରେ ଫାଟିବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯିବାକୁ ବ୍ୟବସ୍ଥା କରାଯାଉଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ