ଓଡିଶା

odisha

ETV Bharat / state

ଯାଜପୁରରେ 5 କୋରୋନା ପଜିଟିଭ, ଆକ୍ରାନ୍ତଙ୍କ ଅଞ୍ଚଳକୁ ସିଲ୍‌ କଲା ଜିଲ୍ଲାପ୍ରଶାସନ - ଯାଜପୁରରେ କୋରୋନା ଭୟ

ଯାଜପୁରରେ କୋରୋନା ଭୟ । ଜିଲ୍ଲାର 3 ବ୍ଲକରେ ଆଉ 5ଜଣ କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲା ପ୍ରଶାସନ ସିଲ କରିବା ସହିତ ଦମକଳ ବିଭାଗ ପକ୍ଷରୁ ସାନିଟାଇଜର ସିଞ୍ଚନ । ଅଧିକ ସୂଚନା ପାଇଁ ପଢନ୍ତୁ ...

ଯାଜପୁରରେ 5 କୋରୋନା ପଜିଟିଭ, ଆକ୍ରାନ୍ତଙ୍କ ଅଞ୍ଚଳକୁ ସିଲ୍‌ କଲା ଜିଲ୍ଲାପ୍ରଶାସନ
ଯାଜପୁରରେ 5 କୋରୋନା ପଜିଟିଭ, ଆକ୍ରାନ୍ତଙ୍କ ଅଞ୍ଚଳକୁ ସିଲ୍‌ କଲା ଜିଲ୍ଲାପ୍ରଶାସନ

By

Published : Apr 21, 2020, 6:54 PM IST

ଯାଜପୁର: ଓଡିଶାରେ ବଢୁଛି କୋରୋନା କାୟା । ଯାଜପୁର ଜିଲ୍ଲାର 3ଟି ବ୍ଲକରେ ଆଉ 5ଜଣ କୋରୋନା ପଜିଟିଭ ଚିହ୍ନଟ ହେବାପରେ ଏବେ ଚିନ୍ତାରେ ପଡିଛି ଜିଲ୍ଲା ପ୍ରଶାସନ। ଏହାକୁ ମିଶାଇ ଜିଲ୍ଲାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7ରେ ପହଞ୍ଚିଛି। ସୋମବାର ରାତି 8ଟାରୁ ଏହି ତିନୋଟି ବ୍ଲକର 5ଗୋଟି ପଞ୍ଚାୟତକୁ 15ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ତେବେ ମଙ୍ଗଳବାର ସକାଳୁ ଆକ୍ରାନ୍ତଙ୍କ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସିଲ କରିବା ସହିତ ଦମକଳ ବିଭାଗ ପକ୍ଷରୁ ସାନିଟାଇଜର ସିଞ୍ଚନ କରାଯାଇଛି।

ଯାଜପୁରରେ 5 କୋରୋନା ପଜିଟିଭ, ଆକ୍ରାନ୍ତଙ୍କ ଅଞ୍ଚଳକୁ ସିଲ୍‌ କଲା ଜିଲ୍ଲାପ୍ରଶାସନ

ଏସବୁ ଅଞ୍ଚଳରେ 9ଜଣ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ସେହିପରି ଆକ୍ରାନ୍ତ ମାନଙ୍କୁ ଟାଟାଷ୍ଟିଲ ମେଡିକା କୋଭିଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details