ଯାଜପୁର:ପାଣିକୋଇଲି ଥାନା ଅଧିନ ମୂଳାପାଳ ପଞ୍ଚାୟତର କ୍ଷୀରୋ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କାର୍ଯ୍ୟରତ ଇଟା ଫ୍ୟାକ୍ଟ୍ରି ଘରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ କ୍ଷୀରୋ ଗାଁରେ ଦେବେନ୍ଦ୍ର ନାୟକଙ୍କ ପୁଅ ଧର୍ମେନ୍ଦ୍ର ଗାଁ ପାଖ ଏକ ଇଟା ଫ୍ୟାକ୍ଟ୍ରିରେ କାର୍ଯ୍ୟ କରନ୍ତି । ସେ ପ୍ରତ୍ୟେକ ଦିନ ପରି ଗତକାଲି ରାତିରୁ ଇଟା ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଧର୍ମେନ୍ଦ୍ର ଘରକୁ ନ ଆସିବାରୁ ପରିବାର ଲୋକେ ତାଙ୍କୁ ଫୋନ କରିଥିଲେ ମାତ୍ର ସେ ଫୋନ ଉଠାଇ ନଥିଲେ ।
ଏନେଇ ଆଜି (ସୋମବାର) ସକାଳ ସମୟରେ ଫ୍ୟାକ୍ଟ୍ରିରୁ ଫୋନ ଆସିଲା କି ଏକ ଘର ଭିତରେ ଧର୍ମେନ୍ଦ୍ର ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାରିପାର୍ଶ୍ବିକ ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ର ଆତ୍ମହତ୍ୟା କରିନାହାନ୍ତି ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।