ଯାଜପୁର:ବୁଧବାର ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ରାଜ୍ୟରେ ଧିରେ ଧିରେ କୋଭିଡ ନିୟନ୍ତ୍ରଣକୁ ଆସିବା ପରେ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ଦାୟିତ୍ବ ଦେଇଥିଲେ । ସେପଟେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତ୍ବ ବୃଦ୍ଧି ପାଇଥିଲା । ସେବାୟତ ମାନେ ନାନାଦି ଅସୁବିଧାର ସମ୍ମୁଖିନ ହେଉଥିଲେ ।
ଏନେଇ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିବା ନେଇ ସେବାୟତମାନେ ମଧ୍ୟ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବାସହ ତୁରନ୍ତ ମନ୍ଦିର ଖୋଲିବା ପାଇଁ ଅନୁରୋଧ କରିଥିଲେ ।