ଯାଜପୁର: ମହାମାରୀ କୋରୋନାକୁ ନେଇ ଏବେ ଆତଙ୍କିତ ବିଶ୍ବବାସୀ । ଏହି କୋରୋନା ସଂକ୍ରମଣକୁ ରୋକିବାକୁ ସରକାର ଲକଡାଉନ ଘୋଷଣା କରିଥିଲେ । ତେବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏନେଇ କୋରୋନା କଟକଣାକୁ କଡାକଡି କରଦିଆଯାଇଛି । ରାଜ୍ୟରେ ଚତୁର୍ଥ କୋରୋନା ପଜିଟିଭ ଭଦ୍ରକରୁ ଚିହ୍ନଟ ହେବା ପରେ ଯାଜପୁର ସୀମା ସିଲ କଲେ ଜିଲ୍ଲା ପ୍ରଶାସନ । ଦିଲ୍ଲୀ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିବା ଯାଜପୁରରୁ 2 ଜଣ ବ୍ୟକ୍ତି ଚିହ୍ନଟ ହେବା ପରେ କୋରୋନା କଟକଣାକୁ ପ୍ରଶାସନ କଡାକଡି କରଛନ୍ତି ।
ଭଦ୍ରକରେ କୋରୋନା ଚିହ୍ନଟ ପରେ ଯାଜପୁର ସୀମା ସିଲ କଲା ପ୍ରଶାସନ - The administration sealed the Jajpur border
ମହାମାରୀ କୋରୋନାକୁ ନେଇ ଏବା ଆତଙ୍କିତ ବିଶ୍ବବାସୀ । ଚତୁର୍ଥ କୋରୋନା ଭଦ୍ରକରୁ ଦିହ୍ନଟ ହେବା ପରେ ଯାଜପୁର ସୀମା ସିଲ କଲେ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଭଦ୍ରକରେ କୋରୋନା ଚିହ୍ନଟ ପରେ ଯାଜପୁର ସୀମା ସିଲ କଲେ ପ୍ରଶାସନ
ଭଦ୍ରକରେ କୋରୋନା ଚିହ୍ନଟ ପରେ ଯାଜପୁର ସୀମା ସିଲ କଲେ ପ୍ରଶାସନ
ପୂର୍ବରୁ ବିଭିନ୍ନ ଛକ ବଜାରରେ ଚେକିଂ କରାଯାଉଥିବା ବେଳେ ଏବେ ଜିଲ୍ଲାର ସୀମାକୁ ବନ୍ଦ କରି ଦିଆଯାଇଛି । ଯାଜପୁରର ପଡୋଶୀ ଜିଲା ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, କଟକ ପଟୁ ଯାଜପୁର ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯାଇଥିବା ବେଳେ ଏବେ ଜିଲ୍ଲା ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ କଟକଣା ଜାରି କରାଯାଇଛି । ଏହି କଟକଣାକୁ ନେଇ ଯାଜପୁର ବାସୀ ନିଜର ଖୁସି ବ୍ୟକ୍ତ କରିବା ସହ ପ୍ରଶାସନକୁ ସହୋଯାଗ କରୁଛନ୍ତି । ଏବେ ଓଡ଼ିଶାରେ ସର୍ବମୋଟ 5 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ