ଓଡିଶା

odisha

By

Published : Nov 14, 2021, 3:30 PM IST

ETV Bharat / state

ଖବର ପ୍ରସାରଣ ପରେ ଭୁଲ ବୁଝିଲେ ପୁଅ, ୬ ମାସ ପରେ ଘରକୁ ଫେରିଲେ ବୃଦ୍ଧ ବାପା

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘରକୁ ଫେରିଲେ ଯାଜପୁର ପାଣିକୋଇଲି ବଣିଆଗଡ଼ିଆର 74 ବର୍ଷୀୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ । ସ୍ବେଚ୍ଛାସେବୀ ଓ ବରିଷ୍ଠ ନାଗରିକ ମଞ୍ଚର ଉଦ୍ୟମ କ୍ରମେ ପୂର୍ଣ୍ଣଚନ୍ଦ୍ର ଦୀର୍ଘ 6 ମାସ ପରେ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଖବର ପ୍ରସାରଣ ପରେ ଘରକୁ ଫେରିଲେ 74 ବର୍ଷିୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର
ଖବର ପ୍ରସାରଣ ପରେ ଘରକୁ ଫେରିଲେ 74 ବର୍ଷିୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର

ଯାଜପୁର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘରକୁ ଫେରିଲେ 74 ବର୍ଷିୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ । ସ୍ବେଚ୍ଛାସେବୀ ଓ ବରିଷ୍ଠ ନାଗରିକ ମଞ୍ଚର ଉଦ୍ୟମ କ୍ରମେ ପୂର୍ଣ୍ଣଚନ୍ଦ୍ର ଦୀର୍ଘ 6 ମାସ ପରେ ଘରକୁ ଫେରିଛନ୍ତି। ତେବେ ପାରିବାରିକ ବିବାଦ କାରଣରୁ ଯାଜପୁର ପାଣିକୋଇଲି ବଣିଆଗଡ଼ିଆର ପୂର୍ଣଚନ୍ଦ୍ର ଗାଁ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଆଗକୁ ଆସିଥିଲେ ସ୍ବେଚ୍ଛାସେବୀ ଓ ବରିଷ୍ଠ ନାଗରିକ ମଞ୍ଚ।

ଖବର ପ୍ରସାରଣ ପରେ ଘରକୁ ଫେରିଲେ 74 ବର୍ଷିୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର

ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ପୂର୍ଣଚନ୍ଦ୍ରଙ୍କ ଦୁଇ ପୁଅଙ୍କୁ ବୁଝାସୁଝା କରିବା ପରେ ସେମାନେ ତାଙ୍କୁ ରଖିବାକୁ ରାଜି ହୋଇଥିଲେ। ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରସଂଶା କରାଯାଇଛି । ସୂଚନା ମୁତାବକ ଗତ ୬ ମାସ ହେବ ବୃଦ୍ଧ ପୂର୍ଣ୍ଣଚନ୍ଦ୍ରଙ୍କ ଦୁଇ ପୁଅ ଓ ବୋହୂର ଅତ୍ୟାଚାର ସହି ନପାରି ଗାଁ ସ୍କୁଲ ପିଣ୍ଡାରେ ବିସ୍କୁଟ ଖାଇ ଦିନ କାଟୁଥିଲେ ପୂର୍ଣ୍ଣଚନ୍ଦ୍ର ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details