ଓଡିଶା

odisha

By

Published : Apr 10, 2020, 1:58 PM IST

Updated : Apr 10, 2020, 3:08 PM IST

ETV Bharat / state

ଯାଜପୁରରେ କାର୍ଯ୍ୟକ୍ଷମ ହେଲା 150 ଶଯ୍ୟା କୋଭିଡ ହସ୍ପିଟାଲ

ଯାଜପୁରରେ ପ୍ରଥମ କୋରୋନା ହସ୍ପିଟାଲ । ଲୋକାର୍ପଣ କଲେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ତେବେ ଏନେଇ ଆମ ପ୍ରତିନିଧି ହସ୍ପିଟାଲର ବରିଷ୍ଠ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ଯାଜପୁରରେ କାର୍ଯ୍ୟକ୍ଷମ ହେଲା 150 ଶଯ୍ୟା କୋଭିଡ ହସ୍ପିଟାଲ
ଯାଜପୁରରେ କାର୍ଯ୍ୟକ୍ଷମ ହେଲା 150 ଶଯ୍ୟା କୋଭିଡ ହସ୍ପିଟାଲ

ଯାଜପୁର: ଜିଲ୍ଲାରେ ଉଦଘାଟିତ ହେଲା ପ୍ରଥମ କୋରୋନା ହସ୍ପିଟାଲ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହାର ଲୋକାର୍ପଣ କରିଛନ୍ତି । କଳିଙ୍ଗ ନଗରରେ ଥିବା ଟାଟା ଷ୍ଟିଲ ମେଡିକା ହସ୍ପିଟାଲକୁ 150 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି ।

ଯାଜପୁରରେ କାର୍ଯ୍ୟକ୍ଷମ ହେଲା 150 ଶଯ୍ୟା କୋଭିଡ ହସ୍ପିଟାଲ

ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯିବା ସହ କୋଭିଡ-19ରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ 30 ଅଭିଜ୍ଞ ଡାକ୍ତରଙ୍କୁ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ 20ରୁ 25 ଡାକ୍ତର ଓ 280 ପାରାମେଡିକାଲ ଷ୍ଟାଫ ଯୋଗାଇ ଦେବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ, ଡାକ୍ତରଖାନାର ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷ କେମିତି ପ୍ରସ୍ତୁତ ଅଛନ୍ତି ସେନେଇ ଆମ ପ୍ରତିନିଧି ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 10, 2020, 3:08 PM IST

ABOUT THE AUTHOR

...view details