ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଜଳ ମିଶନ କାର୍ଯ୍ୟକ୍ରମ ପାଇଁ ଯାଜପୁରବାସୀଙ୍କ କୃତଜ୍ଞତା

ଜଳ ଜୀବନ ମିଶନ ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କ୍ୟାବିନେଟର ନିଷ୍ପତ୍ତିକୁ ମଞ୍ଜୁରୀ । ଏନେଇ ଧନ୍ୟବାଦ ନବୀନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲେ ଯାଜପୁରବାସୀ ।

By

Published : Feb 9, 2021, 9:43 PM IST

ମୁଖ୍ୟମନ୍ତ୍ରୀଙ୍କ ଜଳ ମିଶନ କାର୍ଯ୍ୟକ୍ରମ ପାଇଁ ଯାଜପୁରବାସୀଙ୍କ କୃତଜ୍ଞତା
ମୁଖ୍ୟମନ୍ତ୍ରୀଙ୍କ ଜଳ ମିଶନ କାର୍ଯ୍ୟକ୍ରମ ପାଇଁ ଯାଜପୁରବାସୀଙ୍କ କୃତଜ୍ଞତା

ଯାଜପୁର: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଜଳ ଜୀବନ ମିଶନ ମାଧ୍ୟମରେ ରାଜ୍ୟର ଜନସାଧାରଣମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଙ୍ଗଳବାର କ୍ୟାବିନେଟର ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ସେଥିମଧ୍ୟରୁ ଯାଜପୁର ଜିଲ୍ଲାର ୫ଟି ବ୍ଲକ ଅଧିନସ୍ଥ ୩୨୩ଟି ଗ୍ରାମର ପ୍ରାୟ ୪ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ ଜଳ ମିଶନ କାର୍ଯ୍ୟକ୍ରମ ପାଇଁ ଯାଜପୁରବାସୀଙ୍କ କୃତଜ୍ଞତା

ଏହି ମିଶନରେ ଯାଜପୁର ବ୍ଲକରେ ୫୦ଟି ଗ୍ରାମର ୪୯ ହଜାର ୪୩୮ ଲୋକ, ବରୀ ବ୍ଲକର ଗୋଟିଏ ଗ୍ରାମର ୧ ହଜାର ୧୭୫, ଧର୍ମଶ‍ାଳା ବ୍ଲକର ୮ଟି ଗ୍ରାମର ୨ ହଜାର ୫୯୭, ରସୁଲପୁର ବ୍ଲକର ୧୬୦ଟି ଗ୍ରାମର ୧ ଲକ୍ଷ ୭୮ ହଜାର ୫୭୦, ଦାନଗଦି ବ୍ଲକର ୧୦୪ଟି ଗ୍ରାମର ୧ ଲକ୍ଷ ୫୯ ହଜାର ୮୮ ଜଣ ଉପକୃତ ହୋଇପାରିବେ । ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭଵ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ 'ଧନ୍ୟବାଦ ନବୀନ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ ଓ ଧର୍ମଶାଳା ବ୍ଳକ ଚେୟାରମ୍ୟାନ ପ୍ରଭାତ ବଳବନ୍ତ ରାୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details