ଓଡିଶା

odisha

By

Published : Mar 29, 2021, 8:40 PM IST

ETV Bharat / state

ବ୍ୟାସନଗର ପୌରାଞ୍ଚଳ ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 2 ଦୋକାନ ସହ ଏକାଧିକ ଗାଡି

ବ୍ୟାସନଗର ପୌରାଞ୍ଚଳର ଗ୍ରୀନ ମାର୍କେଟରେ ଆକସ୍ମିକ ଅଗ୍ନିକାଣ୍ଡ ।ଅଧିକ ପଢନ୍ତୁ....

ବ୍ୟାସନଗର ପୌରାଞ୍ଚଳ ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 2 ଦୋକାନ ସହ ଏକାଧିକ ଗାଡି
ବ୍ୟାସନଗର ପୌରାଞ୍ଚଳ ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 2 ଦୋକାନ ସହ ଏକାଧିକ ଗାଡି

ଯାଜପୁର: ବ୍ୟାସନଗର ପୌରାଞ୍ଚଳର ଗ୍ରୀନ ମାର୍କେଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଦୁଇଟି ପରିବା ଗୋଦାମ ଜଳିଯିବା ସହିତ 3ଟି 4ଚକିଆ ଯାନ ସମ୍ପୂର୍ଣ୍ଣ ରୂପେ ଜଳିଗଲା। ଏହି ଅଗ୍ନିକାଣ୍ଡରେ ଗୋଟିଏ ପିକଅପ୍ ଭ୍ୟାନ, ଗୋଟିଏ ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ମଧ୍ୟ ଜଳିଯାଇଥିବା ଜଣାପଡିଛି । ରମେଶ ରାଉତ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ ସମ୍ପୂର୍ଣ୍ଣ ଜଳିଯାଇଛି। ଗୋଦାମରେ ଥିବା କମ୍ପ୍ୟୁଟର, ନଗଦ ଟଙ୍କା, ପନିପରିବା ଓ ଅନ୍ୟାନ୍ୟ ସାଜସରଞ୍ଜାମ ଜଳିପୋଡି ପାଉଁଶ ହୋଇଯାଇଛି । ଯାଜପୁର ରୋଡ୍, ଦାନଗଦି ଓ ବରୁଣ୍ଡାଇ ଅଗ୍ନିସେବା କେନ୍ଦ୍ରର 3ଟି ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ବ୍ୟାସନଗର ପୌରାଞ୍ଚଳ ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 2 ଦୋକାନ ସହ ଏକାଧିକ ଗାଡି

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଉପରେ ଆୟତ ଆସିପାରିନଥିବାବେଳେ ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ଦମକଳ ବାହିନୀ ଓ ପୋଲିସ୍ ପ୍ରଶାସନ ଦ୍ବାରା ଘଟଣାର ତଦନ୍ତ ଜାରି ରହିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details