ଯାଜପୁର: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଦଶ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପଦବୀ ଛଡ଼ାଇଲେ ଜିଲ୍ଲାପାଳ । କାର୍ଯ୍ୟରେ ଅବହେଳା, ଦାୟିତ୍ବ ହସ୍ତାନ୍ତର ନକରିବା ଓ ବ୍ଲକର ବୈଠକରେ ଯୋଗ ନଦେବା ଭଳି ଅଭିଯୋଗରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ବୁଧବାର ସେମାନଙ୍କୁ ନିଲମ୍ବିତ କରିଛନ୍ତି ।
କୋରେଇ ବ୍ଲକର ମଦନ ମୋହନ ପ୍ରଧାନ, ଜଗନ୍ନାଥ ମାଝି, ଯାଜପୁର ବ୍ଲକର ଲକ୍ଷ୍ମୀଧର ଦାସ, ସୁବାସ ସାମଲ, ବଡଚଣା ବ୍ଲକର ଦେବେନ୍ଦ୍ର ପୁହାଣ, ସିଦ ମୁଣ୍ଡୁରୀ, ଦାନଗଦୀ ବ୍ଲକ୍ର ଅର୍ଜୁନ ଚରଣ ବରାଳ, ରାମଚନ୍ଦ୍ର ଦାସ, ସୂର୍ଯ୍ୟମଣୀ ପଟ୍ଟନାୟକ ଓ ଉମେଶ ଚନ୍ଦ୍ର ସେଠୀକୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି ।