ଓଡିଶା

odisha

ETV Bharat / state

ଟାଟା ମେଡିକାଲକୁ କରାଯିବ କୋଭିଡ19 ହସ୍ପିଟାଲ

10 ତାରିଖ ସୁଦ୍ଧା ଟାଟା ମେଡିକାଲ ହସ୍ପିଟାଲରେ 150 ଶଯ୍ୟା ବିଶିଷ୍ଟ ଏକ କୋଭିଡ-19 ହସ୍ପିଟାଲ କରାଯିବ ଲୋକାର୍ପଣ । ସୂଚନା ଦେଲେ ଜିଲ୍ଲାପାଳ ।

tata medica hospital will build as a covid 19 hospital in jajpur
ଟାଟା ମେଡିକା ହସପିଟାଲକୁ କରାଯିବ କୋଭିଡ-19 ହସ୍ପିଟାଲ

By

Published : Apr 9, 2020, 1:55 PM IST

ଯାଜପୁର : ଯାଜପୁର କଳିଙ୍ଗନଗର ଟାଟା ମେଡିକା ହସପିଟାଲକୁ କୋଭିଡ୍ 19 ହସପିଟାଲ କରାଯିବ । ସେଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏହାକୁ ଅନୁଧ୍ୟାନ କରିବାକୁ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ମହାପାତ୍ର ଓ 5ଟିର ସଚିବ ଭି.କେ. ପାଣ୍ଡିୟାନ ଟାଟା ମେଡିକା ହସପିଟାଲ ଗସ୍ତ କରିଥିଲେ ।

ଟାଟା ମେଡିକା ହସପିଟାଲକୁ କରାଯିବ କୋଭିଡ-19 ହସ୍ପିଟାଲ

ଆଗାମୀ 10 ତାରିଖ ସୁଦ୍ଧା ଟାଟା ମେଡିକା ହସପିଟାଲରେ 150 ଶଯ୍ୟା ବିଶିଷ୍ଟ ଏକ କୋଭିଡ-19 ହସ୍ପିଟାଲ ଲୋକାର୍ପଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିପାଇଁ ଶଯ୍ୟା ଗୁଡିକ ଅବସ୍ଥାପିତ କରାଯିବା ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହି ହସପିଟାଲରେ କୋଭିଡ୍-19ର ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ 30ଜଣ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ 10ରୁ 15ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକ୍ରାନ୍ତ ମାନଙ୍କ ଚିକିତ୍ସା କରାଯିବ ବୋଲି କୁହାଯାଇଛି । ସେହିପରି ଜିଲ୍ଲା ସଦର ମହକୁମା ସ୍ଥିତ ଏନସି କଲେଜ ପରିସରରେ ମଧ୍ୟ 400 ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ୍ ହସପିଟାଲ ଲୋକାର୍ପିତ କରାଯିବାକୁ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details