ଯାଜପୁର: କୋରେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କର୍ମଚାରୀ ଜୈନିକ ରୋଗୀକୁ ଇଞ୍ଜେକ୍ସନ ଦେଉଥିବା ଭିଡ଼ିଓ ଭାଇରାଲ । ତଦନ୍ତ ପାଇଁ ସାଧାରଣରେ ଦାବି ଜୋର ଧରିିଛି । ସୂଚନା ମୁତାବକ ଏକ ଭିଡ଼ିଓ ଯାହାକୁ ନେଇ ସମଗ୍ର କୋରେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜୈନେକ ସଫେଇ କର୍ମଚାରୀ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବାର ଦୃଶ୍ୟ ।
ରୋଗୀକୁ ଇଞ୍ଜେକ୍ସନ ଦେଲେ ସଫେଇ କର୍ମଚାରୀ ! ଭିଡିଓ ଭାଇରାଲ - ସଫେଇ କର୍ମଚାରୀ ରୋଗୀକୁ ଇଞ୍ଜେକ୍ସନ ଦେଉଥିବା ଭିଡ଼ିଓ ଭାଇରାଲ
କୋରେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କର୍ମଚାରୀ ଜୈନିକ ରୋଗୀକୁ ଇଞ୍ଜେକ୍ସନ ଦେଉଥିବା ଭିଡ଼ିଓ ଭାଇରାଲ । ତଦନ୍ତ ପାଇଁ ସାଧାରଣରେ ଦାବି ଜୋର ଧରିିଛି । ଅଧିକ ପଢନ୍ତୁ
ସଫେଇ କର୍ମଚାରୀ ରୋଗୀକୁ ଇଞ୍ଜେକ୍ସନ ଦେଉଥିବା ଭିଡ଼ିଓ ଭାଇରାଲ
ତେବେ ଡାକ୍ତରଖାନାରେ ଜୈନିକ ସଫେଇ କର୍ମଚାରୀ ଇଞ୍ଜେକସନ ଦେବା ଘଟଣା ସମସ୍ତଙ୍କ ମନକୁ ଚକିତ କରିଛି । ସେପଟେ ଏହି ଘଟଣାକୁ ନେଇ କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ନେଇ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିବା ବେଳେ ଏହି ଭିଡ଼ିଓଟି ବହୂ ପୁରୁଣା ଭିଡିଓ, ଏହାର ତଦନ୍ତ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ