ଓଡିଶା

odisha

By

Published : Jul 25, 2021, 2:34 PM IST

ETV Bharat / state

ପ୍ରବାସୀ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ବେଙ୍ଗାଲୁରୁରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ପ୍ରେମଜନିତ କାରଣ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର । ଅଧିକ ପଢନ୍ତୁ...

Suspicious death of migrant worker in banglore
ପ୍ରବାସୀ ଓଡିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ଯାଜପୁର : ବେଙ୍ଗାଲୁରୁରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଯାଜପୁର ବିଞ୍ଝାରପୁର ଜରି ଗ୍ରାମର ଧନେଶ୍ବର ମଲ୍ଲିକଙ୍କ ପୁଅ ପଙ୍କଜ । ପଙ୍କଜ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତାଙ୍କୁ ପ୍ରେମଜନିତ କାରଣ ପାଇଁ ସେଠାରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପ୍ରବାସୀ ଓଡିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ଧନେଶ୍ବର ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗ୍ରାମର କେତେକ ଯୁବକ ଏଥିରେ ସମ୍ପୃକ୍ତି ଅଛନ୍ତି । ଏହାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details