ଓଡିଶା

odisha

ETV Bharat / state

ନିୟମ ଭୁଲି ବରଯାତ୍ରୀରେ ନାଗିନ ନାଚିଲେ ତହସିଲଦାର ମ୍ୟାଡାମ - ସୁକିନ୍ଦା ଖବର

କୋରୋନା କଟକଣାକୁ ଖୁଲମଖୁଲା ଉଲ୍ଲଙ୍ଘନ କଲେ ସୁକିନ୍ଦା ତହସିଲଦାର । ଖିଲାପକାରୀଙ୍କ ଠୁ ଫାଇନ କାଟୁଥିବା ପ୍ରଶାସନିକ ଅଧିକାରୀ ଖୋଦ କୋରୋନା ଗାଇଡଲାଇନକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । ଅଧିକ ପଢନ୍ତୁ...

sukinda tahasildar violation covid19 guideline
କୋରୋନା କଟକଣାକୁ ଉଲ୍ଲଘଂନ କଲେ ସୁକିନ୍ଦାର ତହସିଲଦାର

By

Published : May 23, 2021, 5:39 PM IST

Updated : May 23, 2021, 6:15 PM IST

ଯାଜପୁର: କୋରୋନା କଟକଣାକୁ ଫୁ କଲେ ତହସିଲଦାର । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ସଟଡାଉନ ସହ ବିଭିନ୍ନ ନିୟମ ଲାଗୁ କରିଛନ୍ତି l କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା l

ସୂଚନା ଅନୁଯାୟୀ ଗତ 21 ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗୀନ ଡ୍ୟାନ୍ସରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା l ନିଜେ ରାସ୍ତାରେ ବିନା ମାସ୍କରେ ଯାଉଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିବା ବେଳେ ପୁଣି ନିଜେ ବିନା ମାସ୍କ ବରଯାତ୍ରୀଙ୍କ ସହିତ ଗାଁ ଦାଣ୍ଡରେ ନାଗୀନ ଡାନ୍ସ ନାଚିବା କେତେଦୂର ଯୁକ୍ତିଯୁକ୍ତ l କେଉଁଠି ସାଧାରଣ ଲୋକଙ୍କ ଭୋଜି ଭାତକୁ ପ୍ରଶାସନ ଅଧିକାରୀ ମାନେ ଢାଳିଦେଉଛନ୍ତି । ଏଠାରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ରାତିରେ ବରଯାତ୍ରୀ ଯାଇ ବିନା ମାସ୍କ ଓ ସାମାଜିକ ଦୂରତାକୁ ଭୁଲି ନାଚିବା ସହିତ ଭୋଜିରେ ଯୋଗଦେଇଛନ୍ତି ।

କୋରୋନା କଟକଣାକୁ ଉଲ୍ଲଘଂନ କଲେ ସୁକିନ୍ଦାର ତହସିଲଦାର

ସେପଟେ ଏହାକୁ ନେଇ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଜଗତସିଂହପୁର ପୋଲିସ ଘଟଣା ସ୍ଥଳକୁ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଯାହା ଏବେ ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ସେପଟେ ଏସମ୍ପର୍କରେ ଫୋନ ଯୋଗେ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଫୋନ ଉଠାଇ ନଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : May 23, 2021, 6:15 PM IST

ABOUT THE AUTHOR

...view details