ଓଡିଶା

odisha

ETV Bharat / state

ନିର୍ମାଣାଧୀନ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପକୁ ବିରୋଧ - ପ୍ରଶାସନର ବୁଝାସୁଝା

ଦାନଗଦି ବ୍ଲକ ବାଲିଆପାଳ ଅଞ୍ଚଳର ମହାନ୍ତ ସାହି ଏବଂ ପାତ୍ର ସାହିର 130 ପରିବାର ଏହି ପ୍ରକଳ୍ପ ଯୋଗୁଁ ପାଣି ଏବଂ ଯାତାୟତ ନିମନ୍ତେ ଓଭର ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ। କିନ୍ତୁ ପ୍ରଶାସନ ଓ ରେଳବିଭାଗ ନଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ନିର୍ମାଣାଧୀନ ସୁକିନ୍ଦା ଅନୁଗୋଳ ରେଳ ପ୍ରକଳ୍ପକୁ ବିରୋଧ
ନିର୍ମାଣାଧୀନ ସୁକିନ୍ଦା ଅନୁଗୋଳ ରେଳ ପ୍ରକଳ୍ପକୁ ବିରୋଧ

By

Published : Dec 20, 2019, 2:18 PM IST

ଯାଜପୁର: ଚାଲିଛି କାର୍ଯ୍ୟବନ୍ଦ ଆନ୍ଦୋଳନର ନାରାବାଜି। ଆଉ ଅନ୍ୟପଟେ ପୋଲିସ ପ୍ରଶାସନର ବୁଝାସୁଝା ପ୍ରକିୟା । ହେଲେ ଫଳ ଶୂନ। ଯାଜପୁର ଜିଲ୍ଲା ସୁକିନ୍ଦାରୁ ଅନୁଗୋଳକୁ ନିର୍ମାଣାଧୀନ ରେଳ ପ୍ରକଳ୍ପ ପାଇଁ ଏହି ଆନ୍ଦୋଳନ।

ଦାନଗଦି ବ୍ଲକ ବାଲିଆପାଳ ଅଞ୍ଚଳର ମହାନ୍ତ ସାହି ଏବଂ ପାତ୍ର ସାହିର 130 ପରିବାର ଏହି ପ୍ରକଳ୍ପ ଯୋଗୁଁ ପାଣି ଏବଂ ଯାତାୟତ ନିମନ୍ତେ ଓଭର ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ। କିନ୍ତୁ ପ୍ରଶାସନ ଓ ରେଳବିଭାଗ ନଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ନିର୍ମାଣାଧୀନ ସୁକିନ୍ଦା ଅନୁଗୋଳ ରେଳ ପ୍ରକଳ୍ପକୁ ବିରୋଧ


ଗତ ଚାରିବର୍ଷ ତଳେ ଆରମ୍ଭ ହୋଇଥିଲା ଏହି ରେଳ ପ୍ରକଳ୍ପ । କିନ୍ତୁ ବିଭିନ୍ନ ସମୟରେ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବିରୋଧ ଯୋଗୁଁ ଏହି ପ୍ରକଳ୍ପ ବିଳମ୍ବ ହୋଇଥିଲା । ତେବେ ଏହି ଦୁଇଟି ଗ୍ରାମରେ ଆବଶ୍ୟକ ପାନୀୟଜଳ, ବ୍ରିଜ ନିର୍ମାଣ ନିମନ୍ତେ ପ୍ରଶାସନ ଓ ରେଳ ବିଭାଗ ପ୍ରତିଶୃତି ଦେଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ ନଥିବା ଅଭିଯୋଗ ହୋଇଛି ।

ଆସନ୍ତା ୨୦ ତାରିଖରେ ଗ୍ରାମବାସୀଙ୍କ ସହ ବିଭାଗୀୟ ଅଧିକାରୀ ଓ ଜିଲ୍ଳା ପ୍ରଶାସନ ଏକ ଆଲୋଚନା କରିବେ। ଆଉ ଏହାପରେ ଗ୍ରାମବାସୀଙ୍କ ସମସ୍ୟା ଦୂର ହେଉଛି କି ଆନ୍ଦୋଳନ ଜାରି ରହୁଛି, ତାହା କେବଳ ସମୟ କହିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details