ଓଡିଶା

odisha

By

Published : Jun 29, 2023, 10:03 PM IST

ETV Bharat / state

ସୁକିନ୍ଦାଗଡରେ ବାସୀ ବାହୁଡାଯାତ୍ରା

ପୁରୀର ଜଗନ୍ନାଥ ମନ୍ଦିର ସହିତ ସୁକିନ୍ଦାର ଏକ ଭାବାବେଗର ସମ୍ପର୍କ ରହିଥିବାରୁ ସୁକିନ୍ଦାଗଡରେ ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ସୁକିନ୍ଦା ଗଡ଼ରେ ଆଜି ରଥରେ ତିନି ଠାକୁର ବିରାଜମାନ ଥିବା ବେଳେ ସୁକିନ୍ଦା ଗଡ ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଏକ ପଟୁଆରରେ ଆସି ରଥ ପାଖରେ ପହଞ୍ଚିବା ପରେ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା l ଅଧିକ ପଢନ୍ତୁ

ସୁକିନ୍ଦାଗଡରେ ବାସୀ ବାହୁଡାଯାତ୍ରା ଅନୁଷ୍ଠିତ
ସୁକିନ୍ଦାଗଡରେ ବାସୀ ବାହୁଡାଯାତ୍ରା ଅନୁଷ୍ଠିତ

ସୁକିନ୍ଦାଗଡରେ ବାସୀ ବାହୁଡାଯାତ୍ରା ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡରେ ଆଜି ନିଆରା ବାସୀ ବାହୁଡା ରଥଯାତ୍ରା ମହାସମାରୋହରେ ପାଳିତ ହେଇଯାଇଛି । ବିଶ୍ବ ପ୍ରସିଦ୍ଧ ପୁରୀ ବାହୁଡ଼ାଯାତ୍ରାକୁ ସମ୍ମାନ ଦେଇ ଦୀର୍ଘବର୍ଷ ହେବ ତତ୍କାଳୀନ ରାଜା ଏହି ପରମ୍ପରା ଆରମ୍ଭ କରିଥିଲେ ।

ପୁରୀର ଜଗନ୍ନାଥ ମନ୍ଦିର ସହିତ ସୁକିନ୍ଦାର ଏକ ଭାବାବେଗର ସମ୍ପର୍କ ରହିଥିବାରୁ ସୁକିନ୍ଦାଗଡରେ ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ସୁକିନ୍ଦା ଗଡ଼ରେ ଆଜି ରଥରେ ତିନି ଠାକୁର ବିରାଜମାନ ଥିବା ବେଳେ ସୁକିନ୍ଦା ଗଡ ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଏକ ପଟୁଆରରେ ଆସି ରଥ ପାଖରେ ପହଞ୍ଚିବା ପରେ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା l

ଆଜି ସୁକିନ୍ଦାଗଡରେ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା । କାହିଁ କେଉଁଆଡୁ ଜଗା ଦର୍ଶନ ପାଇଁ ବ୍ୟାକୁଳ ହୋଇ ଛୁଟି ଆସିଥିବା ବେଳେ ସହ ଶହ ଭକ୍ତଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ,ବିଜେପି ନେତା ପ୍ରଦୀପ ବଳସାମନ୍ତ ତାଙ୍କ ସମର୍ଥକଙ୍କ ସହିତ ମିଶି ରଥ ଟାଣିଥିଲେ । ବାହୁଡା ଯାତ୍ରାରେ ବିଭିନ୍ନ ସଙ୍ଗଠନ ଚାରଣ ଗୋଷ୍ଠି ,ସୁକିନ୍ଦା ରିଜୀୟନ କ୍ରୋମାଇଟ ମଜଦୂର ସଂଘ, ଓଡ଼ିଶା ଡ୍ରାଇଭର ମହାସଂଘ, କଳିଙ୍ଗନଗର ଲାୟଂଶ କ୍ଳବ, ଏବିଭିପି ସଙ୍ଗଠନ ପକ୍ଷରୁ ସେବା କାର୍ଯ୍ୟ ଯୋଗାଇ ଦିଆଯାଇଥିଲା । ରଥଯାତ୍ରା ପରିଚାଳକ ଦେବତ୍ତ୍ବର ବିଭାଗ ମୁଖ୍ୟ ତହସିଲଦାର ଦମୟନ୍ତୀ ସାହୁ , ଅତିରିକ୍ତ ତହସିଲଦାର ସୁଦ୍ଧା ସଙ୍ଗୀତା ସାହୁ ,ଅତିରିକ୍ତ ଏସପି ସିଲଭରୀୟସ ଟପୋ ଉପସ୍ଥିତ ରହି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ l

ପୋଲିସ ପ୍ରଶାସନ ପକ୍ଷରୁ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ଦାସଙ୍କ ତତ୍ତ୍ଵାବଧାନରେ ବ୍ୟାପକ ପୋଲିସ ଓ ଦମକଳବାହିନୀ କର୍ମଚାରୀ ମୁତୟନ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରି ବାହୁଡ଼ା ଯାତ୍ରାରେ ରଥଟଣା ସମ୍ପୂର୍ଣ୍ଣ ହୋଇ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥ ପହଞ୍ଚିଛି ।

ଆଜି ପୋଲିସ ପ୍ରଶାସନ ପକ୍ଷରୁ ଥାନାର ଭାରପ୍ରାପ୍ତ ଅଧିକାରି ସୁଶାନ୍ତ ଦାସ,ଙ୍କ ତତ୍ତ୍ଵାବଧାନରେ ବ୍ୟାପକ ପୋଲିସ ପୋଲିସ ଓ ଦମକଳବାହିନୀର କର୍ମଚାରୀ ମାନଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ବାହୁଡ଼ା ଯାତ୍ରାରେ ରଥ ଟଣା ସମ୍ପୂର୍ଣ୍ଣ ହୋଇ ଆଜି ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥ ପହଞ୍ଚିଥିବା ଦେଖିବାକୁ ମିଳିଛି ।ସେପଟେ ସୁକିନ୍ଦା ବ୍ଲକରେ ଅନୁଷ୍ଠିତ ହେଉଥିବା ଏହି ନିଆରା ଓ ପରମ୍ପରା ବାହୁଡ଼ାଯାତ୍ରା ଦେଖିବାକୁ ସ୍ଥାନୀୟ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details