ଯାଜପୁର: ପାହାଡରେ ନାବାଳିକା ଝିଅକୁ ପଥରରେ ଛେଚି ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କୋଇଲ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି କୋଇଲି ଗ୍ରାମର ଯୋଗେନ୍ଦ୍ର ବେହେରାଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଝିଅକୁ କେହି ଦୁର୍ବୁତ୍ତ ପଥରରେ ଛେଚି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ କୋଇଲି ଗାଁରୁ ଏକ କିଲୋମିଟର ଉଚ୍ଚତାରେ ଥିବା ମହାଗିରି ପାହାଡ ଉପରେ ଏକ ଗଛରେ ଝୁଲେଇ ଦେଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ନାବାଳିକାକୁ ପଥରରେ ଛେଚି ହତ୍ୟା ଅଭିଯୋଗ - sukinda deadbody found
ପାହାଡରେ ନାବାଳିକା ଝିଅକୁ ପଥରରେ ଛେଚି ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ...
![ନାବାଳିକାକୁ ପଥରରେ ଛେଚି ହତ୍ୟା ଅଭିଯୋଗ _sukinda deadbody found](https://etvbharatimages.akamaized.net/etvbharat/prod-images/768-512-7020215-981-7020215-1588347600673.jpg)
ନାବାଳିକାକୁ ପଥରରେ ଛେଚି ହତ୍ୟା ଅଭିଯୋଗ
ନାବାଳିକାକୁ ପଥରରେ ଛେଚି ହତ୍ୟା ଅଭିଯୋଗ
ଗତକାଲି ନାବାଳିକା ଝିଅ ଛେଳି ଚରେଇବାକୁ ପାହାଡକୁ ଯାଇଥିଲା ବେଳେ ଆଉ ଘରକୁ ଫେରି ନଥିଲା । ପରିବାର ଲୋକଙ୍କ ଦ୍ବାରା ଖୋଜାଖୋଜି ପରେ ଆଜି ସକାଳୁ ନିକଟରେ ଥିବା ପାହାଡ଼ ଉପରୁ ଝିଅର କ୍ଷତବିକ୍ଷତ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବରପାଇ ଘଟଣାସ୍ଥଳରେ ସୁକିନ୍ଦା ପୋଲିସ ପହଞ୍ଚି ନାବାଳିକା ଝିଅର ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଦାନଗଦି ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୁକିନ୍ଦା ପୋଲିସ ସୂଚନା ଦେଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ
Last Updated : May 2, 2020, 10:30 AM IST