ଯାଜପର: ଘରୋଇ କଳିରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲା ଯୁବକ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଟୁଙ୍ଗେଇଶୁଣି ଗ୍ରାମରେ । ଗତ 24 ତାରିଖ ରାତିରେ ସେହି ଗ୍ରାମର ମଙ୍ଗଳ ନାୟକ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ଉଗ୍ରରୂପ ଧାରଣ କରିଥିଲା ।
ଘରୋଇ କଳିରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା - jajpur domestic violence suicide
ଘରୋଇ କଳିରୁ ନିଜକୁ ଗୁଳିମାରି ଆତ୍ମହତ୍ୟା କଲା ଯୁବକ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଟୁଙ୍ଗେଇଶୁଣି ଗ୍ରାମରେ । ଅଧିକ ପଢନ୍ତୁ...
ଘରୋଇ କଳିରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା
ଘରୋଇ କଳିରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା
ଫଳରେ ପିଲାମାନଙ୍କୁ ଧରି ତାଙ୍କ ସ୍ତ୍ରୀ ବାହାରେ ଶୋଇଥିବାବେଳେ ମଙ୍ଗଳ ଘରେ ରଖିଥିବା ଏକ ଚଢେଇ ମରା ବନ୍ଧୁକରେ ନିଜ ଉପରକୁ ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଦାନଗଦି ମେଡିକାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଟମକା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।
ଯାଜପରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ