ଓଡିଶା

odisha

By

Published : Mar 5, 2020, 7:03 AM IST

ETV Bharat / state

ପରିସ୍ଥିତିର ବୋଝ ନୁଆଇଁପାରିନି ସଫଳ ‘ସଂଯୁକ୍ତା’ଙ୍କ କାନ୍ଧ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ବରପୁର ଗାଁର ସଂଯୁକ୍ତା ଦାସ । ସ୍ବାମୀ ପ୍ରମୋଦ ପକ୍ଷାଘାତରେ ପୀଡିତ ହେବା ପରେ ଦିଗ ହରା ହୋଇଯାଇଥିଲା ସାରା ପରିବାର । ହେଲେ ଏପରି ସମୟରେ ହାର ନମାନି ସମସ୍ତ ବାଧା ବିଘ୍ନକୁ ପଛରେ ପକାଇ ନିଜକୁ ସ୍ବାବଲମ୍ବୀ କରିବାକୁ ସଂଯୁକ୍ତା ଆରମ୍ଭ କରିଥିଲେ ପ୍ରୟାସ ।

Successful business woman Sanjukta Das, women's day, jajpur's successful women sanjukta das, ମୁଁ ନାରୀ, ଅନ୍ତର୍ଜାତୀୟ ମହିଳା ଦିବସ, ସଫଳ ବ୍ୟବସାୟୀ ସଂଯୁକ୍ତା ଦାସ, ଯାଜପୁର ସଫଳ ମହିଳା ବ୍ୟବସାୟୀ ସଂଯୁକ୍ତା ଦାସ
ପରିସ୍ଥିତିର ବୋଝ ନୁଆଇଁପାରିନି ସଫଳ ‘ସଂଯୁକ୍ତା’ଙ୍କ କାନ୍ଧ

ଯାଜପୁର: ନା ସେ ଅବଳା ନା ସେ ଦୁର୍ବଳା । ନାରୀ ଭିତରେ ରହିଛି ଅସୀମ ଇଚ୍ଛାଶକ୍ତି । ପାରିଲା ପଣିଆର ନିଦର୍ଶନ । ଯାହା ଅସମ୍ଭବ ବୋଲି କୁହାଯାଏ ତାକୁ ସମ୍ଭବ କରି ଦେଖାଇ ପାରେ ନାରୀ । ଭାଗ୍ୟ ବିଡମ୍ବନାରେ ବି ଭାଙ୍ଗି ପଡେନି ସେ । ସାହସ ଜୁଟାଇ ପରିସ୍ଥିତକୁ ମୁକାବିଲା କରିବାର ଦମ୍ଭ ରଖେ ସେ । ଆଜି ଆମେ ଆପଣଙ୍କୁ ଏପରି ଜଣେ ନାରୀଙ୍କ କଥା କହିବୁ ଯିଏ ସ୍ବାମୀଙ୍କ ପକ୍ଷାଘାତ ରୋଗ ପରେ ପରିବାରର ବୋଝକୁ ଏକାକୀ କାନ୍ଧେଇ ପାଲଟିଛନ୍ତି ସଫଳ ବ୍ୟବସାୟୀ। ଆଉ ଏହି ସଫଳତା ତାଙ୍କୁ ଆଣି ଦେଇଛି ହାତ ତିଆରି ବଡି ।

ପରିସ୍ଥିତିର ବୋଝ ନୁଆଇଁପାରିନି ସଫଳ ‘ସଂଯୁକ୍ତା’ଙ୍କ କାନ୍ଧ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ବରପୁର ଗାଁର ସଂଯୁକ୍ତା ଦାସ । ସ୍ବାମୀ ପ୍ରମୋଦ ପକ୍ଷାଘାତରେ ପୀଡିତ ହେବା ପରେ ଦିଗ ହରା ହୋଇଯାଇଥିଲା ସାରା ପରିବାର । ପରିବାର ପ୍ରତିପୋଷଣ କରିବାର କୌଣସି ରାସ୍ତା ବି ନଥିଲା । ହେଲେ ଏପରି ସମୟରେ ହାର ନମାନି ସମସ୍ତ ବାଧା ବିଘ୍ନକୁ ପଛରେ ପକାଇ ନିଜକୁ ସ୍ବାବଲମ୍ବୀ କରିବାକୁ ସଂଯୁକ୍ତା ଆରମ୍ଭ କରିଥିଲେ ପ୍ରୟାସ । ବଡି ବ୍ୟବସାୟ କରି ଆଜି ସେ ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ଚଳାଇବାକୁ ସକ୍ଷମ ହୋଇପାରିଛନ୍ତି । ଜଣେ ସଫଳ ବ୍ୟବସାୟୀର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଘର ଘର ବୁଲି ବିରି ସଂଗ୍ରହ କରି ବଡି ପ୍ରସ୍ତୁତ କରୁଥିଲେ ସଂଯୁକ୍ତା । ଆଉ ଏହି ବଡିକୁ ଆଖପାଖ ଦୋକାନରେ କମ ଦରରେ ବିକି ଘର ସମ୍ଭାଳୁଥିଲେ । ହେଲେ ବଡିର ସ୍ବାଦ ଯୋଗୁଁ ଧିରେ ଧିରେ ବଢିବାରେ ଲାଗିଲା ତାଙ୍କ ବ୍ୟବସାୟ । ଆଉ ଏବେ ମାସକୁ ପ୍ରାୟ 5ରୁ 10 କ୍ବିଣ୍ଟାଲ ବିରିରେ ବଡି ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସେ ।

ସଂଯୁକ୍ତା ଯେ କେବଳ ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି ତାହା ନୁହେଁ, ବରଂ ପ୍ରାୟ 15 ଜଣ ମହିଳାଙ୍କୁ ଏଥିରେ ନିୟୋଜିତ କରି ସେମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି ସେ । ଖୁବ୍ ଅଳ୍ପ ଦିନ ମଧ୍ୟରେ ସେ କେବଳ ଯାଜପୁର ଜିଲ୍ଲା ନୁହେଁ କେନ୍ଦୁଝର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗସିଂହପୁର ଆଦି ଜିଲ୍ଲାରେ ମଧ୍ୟ ତାଙ୍କ ବ୍ୟବସାୟର କାୟା ବିସ୍ତାର କରିପାରିଛନ୍ତି । ଏଥିରେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ଜିଲ୍ଲାର କିଛି ଏନଜିଓ ସଂସ୍ଥା ।

ସମୟର ବିଧି କାହା ପାଇଁ କେବେ କ’ଣ ଯେ ବିପଦ ଆଣେ ତାହା କଳ୍ପନା କରିବା ଅସମ୍ଭବ । ହେଲେ ଏପରି ସ୍ଥିତିରେ ଭାଙ୍ଗି ନପଡି ନିଜ ଗୋଡରେ ଛିଡା ହୋଇ ପରିବାରର ଆର୍ଥିକ ମେରୁଦଣ୍ଡ ସଳଖିବାରେ ସଂଯୁକ୍ତାଙ୍କ ସଂଘର୍ଷ ପ୍ରଶଂସନୀୟ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details