ଯାଜପୁର:ଧର୍ମଶାଳା ହରିଦାସପୁର ପଞ୍ଚାୟତ ଶ୍ରୀବନ୍ତପୁର ଓ ଅଭୟପୁର ପଞ୍ଚାୟତର ବମ୍ଫୁ ନୋଡାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ । ସ୍କୁଲରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ପ୍ରଥମେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବାନ୍ତି କରିଥିଲେ ।
ଖାଦ୍ୟରେ ଝିଟିପିଟି ପଡିଯାଇଥିବା ଯୋଗୁଁ ଏପରି ହୋଇଥିବା ଅଭିବାବକମାନେ ଅଭିଯୋଗ କରିଛନ୍ତି । ପରେ ଅନ୍ୟ ଶ୍ରେଣୀର ୨୦ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଖାଇ ଅସୁସ୍ଥ ହୋଇ ବାନ୍ତି କରିବାରୁ ସେମାନଙ୍କୁ ଧର୍ମଶାଳା ମେଡିକାଲକୁ ଅଣାଯାଇଥିଲା ।