ଓଡିଶା

odisha

ETV Bharat / state

ସ୍ତୁଲରେ ନାହାଁନ୍ତି ଶିକ୍ଷକ, ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ - ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଗୋପାଳ ପାଟଣା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ରାସ୍ତା ଉପରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ l ଅଧିକ ପଢନ୍ତୁ

ସ୍ତୁଲରେ ନାହାଁନ୍ତି ଶିକ୍ଷକ
ସ୍ତୁଲରେ ନାହାଁନ୍ତି ଶିକ୍ଷକ

By ETV Bharat Odisha Team

Published : Aug 28, 2023, 3:31 PM IST

ସ୍ତୁଲରେ ନାହାଁନ୍ତି ଶିକ୍ଷକ

ଯାଜପୁର: ନିଜ ହକ ପାଇଁ ପ୍ରତିବାଦ କଲେ ଛାତ୍ରଛାତ୍ରୀ । ଶିକ୍ଷକ ଅଭାବରୁ ରାସ୍ତା ଉପରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ l ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଗୋପାଳ ପାଟଣା ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷକ ନିଯୁକ୍ତି ଦାବିରେ ଏଭଳି ସ୍କୁଲ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ସୂଚନା ମୁତାବକ, ଗତ 10 ତାରିଖରେ ଗୋପାଳ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଉତ୍ତେଜନା ଦେଖାଦେଇଥିଲା l ସ୍କୁଲର କୁନିକୁନି ଛାତ୍ରଛାତ୍ରୀ ମାନେ ରାସ୍ତାରେ ବସି ଜୋକଡ଼ିଆ କୁଆଖିଆ ରାସ୍ତା ଅବରୋଧ କରିଥିଲେ l ଏନେଇ ରସୁଲପୁର ବ୍ଲକର ଏ ବି ଓ ଅରୁଣ କୁମାର ସେଠି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ୮ଦିନ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶୃତି ଦେବାରୁ ରାସ୍ତାରୋକ ହଟିଥିଲା l କିନ୍ତୁ ଘଟଣାକୁ 15ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲେ । ଯାହାକୁ ନେଇ ପୁନର୍ବାର ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ l

ସୂଚନା ଅନୁଯାୟୀ, ଗୋପାଳପାଟଣା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି କ୍ଲାସ ରହିଛି । ଏଠାରେ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି l ଏହାକୁ ନେଇ ଅଭିଭାବକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପୁନର୍ବାର ରାସ୍ତା ଅବରୋଧ କରିଥିଲେ l ସବୁଦିନ ପରି ଆଜି ଦିନ 10ଟା ବେଳେ ଗୋପାଳପାଟଣା ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ନିଜ ପିଲା ମାନଙ୍କୁ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ସ୍କୁଲ୍‌କୁ ନପଠାଇ ମୁଖ୍ୟ ରାସ୍ତାରେ ଧାରଣାରେ ବସାଇଥିଲେ l

ଏହା ମଧ୍ୟ ପଢନ୍ତୁ- ସ୍କୁଲରେ ଶିକ୍ଷକ ଅଭାବ, ଜିଲ୍ଲାପାଳଙ୍କ ଭେଟିବାକୁ 4କିମି ଚାଲିଲେ 300 ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀ ଆଜି ସ୍କୁଲରେ ପ୍ରାର୍ଥନା ସଭା କରିବା ପରିବର୍ତ୍ତେ ରାସ୍ତା ଉପରେ ବସି ପ୍ରାର୍ଥନା ବୋଲିବା ସହିତ ପାଠପଢ଼ା ଆରମ୍ଭ କରିଥିଲେ l ଯାହାଫଳରେ ଏହି ରାସ୍ତାରେ ଯିବା ଆସିବା ସମ୍ପୂର୍ଣ ଠପ ହେଇଯାଇଥିଲା । ସେପଟେ ଏହି ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ସ୍ଥାନୀୟ ଏକ ସ୍କୁଲର ଶିକ୍ଷକକୁ ଅସ୍ଥାୟୀ ଭାବେ ଏହି ସ୍କୁଲରେ ପାଠ ପଢେଇବାକୁ ପଠାଇଥିଲେ । ମାତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କ ଏହି ନିଷ୍ପତ୍ତିକୁ ନମାନି ଅଭିଭାବକ ଓ ଗ୍ରାମବାସୀ ଧାରଣା ଜାରି ରଖିଥିବା ସୂଚନା ମିଳିଛି l ଅନ୍ୟପଟେ ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଥିବାରୁ ପାଠପଢ଼ାରେ ଅସୁବିଧା ହେଉଥିବା ଛାତ୍ରଛାତ୍ରୀ କହିଛନ୍ତି l

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details