ଓଡିଶା

odisha

ETV Bharat / state

ଛାତ୍ରୀ ଉପରେ ଚଢିଗଲା ଟ୍ରକ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ - ଯାଜପୁର ଜିଲ୍ଲା ଦୁର୍ଘଟଣା ଖବର

ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ଚଉଦ ଚକିଆ ଟ୍ରକ ଧକ୍କାରେ ଜଣେ 3ୟ ଶ୍ରେଣୀର ଛାତ୍ରୀର ମୃତ୍ୟୁ ଘଟିଛି । ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ରାସ୍ତାରୋକ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 22, 2019, 9:02 PM IST

ଯାଜପୁର: ଟ୍ରକ ଧକ୍କାରେ 3ୟ ଶ୍ରେଣୀର ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ । ଏହି ଗାଁର ସଅମିଲ ସାହିର ଜୟରାମ ପୁର୍ତ୍ତୀଙ୍କ ୩ୟ ଶ୍ରେଣୀରେ ପଢୁଥିବା ଝିଅ ଦେବଜାନୀ ପୂର୍ତ୍ତୀଙ୍କୁ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁସାରେ ଜୟରାମ ପୁର୍ତ୍ତୀଙ୍କ ଝିଅ ଦେବଜାନୀ ପୂର୍ତ୍ତୀ ବିଦ୍ୟାଳୟ ଛୁଟି ହେବା ପରେ ଘରକୁ ଫେରୁଥିଲେ । ସେହି ସମୟରେ ୫୩ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ଛକ ନିକଟରେ ଏକ ଚଉଦ ଚକିଆ ଟ୍ରକ ଚଢିଯିବା ଫଳରେ ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ ଟ୍ରକ ଚାଳକ ପୋଲିସରେ ଜିମାରେ ଥିବା ଜଣାପଡିଛି ।

ଉତ୍ତ୍ୟକ୍ତ ଜନତା ରାସ୍ତା ରୋକ ଜାରି ରଖିବା ସହିତ ନୋ ଏଣ୍ଟ୍ରି ଲାଗୁ କରିବା ନିମନ୍ତେ ଦାବି କରୁଥିବା ଜଣାପଡିଛି । ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ଉପସସ୍ଥିତ ରହି ଲୋକଙ୍କୁ ବୁଝାଉଛି । ସେପଟେ ବାରମ୍ବାର ଦୁର୍ଘଟଣା ପରେ ବି ପ୍ରଶାସନ ନୋ ଏଣ୍ଟ୍ରି କାହିଁକି ଲାଗୁ କରୁନି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରି ରାସ୍ତା ରୋକ ହଟାଇ ନଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details