ଯାଜପୁର: କେନାଲରେ ବୁଡି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଘଟଣା ଘଟିଛି ଯାଜପୁର ବିଞ୍ଝାରପୁର ଥାନା କପିଳା ମାନ୍ଧାତାପାଟଣା ନିକଟସ୍ଥ କେନାଲରେ । ମୃତ ଛାତ୍ର ହେଲେ ବିଦ୍ୟାଧର ମଲ୍ଲିକଙ୍କ ପୁଅ ରାଜା । ସେ ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିଲା ।
ସୂଚନାନୁଯାୟୀ, ଗାଁର କିଛି ପିଲା ଏହି କେନାଲରେ ଗାଧୋଉଥିବା ବେଳେ ରାଜାର ଗୋଡ କେନାଲରେ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ନିକଟରେ ଥିବା ପିଲାମାନେ ଚେଷ୍ଟା କରି ବିଫଳ ହୋଇଥିଲେ । ତୁରନ୍ତ ଘଟଣା ସମ୍ପର୍କରେ ବିଞ୍ଝାରପୁର ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ କେନାଲରୁ ଛାତ୍ରର ମୃତଦେହ ଉଦ୍ଧାର କରିଥିଲେ ।