ଓଡିଶା

odisha

ETV Bharat / state

୫ଦିନିଆ ରିମାଣ୍ଡ ଶେଷ, କଡା ସୁରକ୍ଷାରେ ରଗଡି ଜେଲରେ ପହଞ୍ଚିଲା ସନ୍ଦିଗ୍ଧ ଆତଙ୍କୀ ବୁଖାରି - କଡା ସୁରକ୍ଷାରେ ରଗଡି ଜେଲରେ ପହଞ୍ଚିଲା ସନ୍ଦିଗ୍ଧ ଆତଙ୍କୀ

suspected terrorist Bukhari: ୫ ଦିନିଆ ରିମାଣ୍ଡ ଶେଷ ହେବାପରେ କଡା ସୁରକ୍ଷାରେ ରଗଡି ଜେଲରେ ପହଞ୍ଚିଲା ସନ୍ଦିଗ୍ଧ ଆତଙ୍କୀ ବୁଖାରି । ୫ ଦିନ ଖୋଳତାଡ଼ ପରେ ବୁଖାରିଙ୍କୁ କୋର୍ଟରେ ହାଜର କରାଇଥିଲା ଏସ୍‌ଟିଏଫ୍‌ ଟିମ୍‌ । ଅଧିକ ପଢ଼ନ୍ତୁ

କଡା ସୁରକ୍ଷାରେ ରଗଡି ଜେଲରେ ପହଞ୍ଚିଲା ସନ୍ଦିଗ୍ଧ ଆତଙ୍କୀ ବୁଖାରି
କଡା ସୁରକ୍ଷାରେ ରଗଡି ଜେଲରେ ପହଞ୍ଚିଲା ସନ୍ଦିଗ୍ଧ ଆତଙ୍କୀ ବୁଖାରି

By ETV Bharat Odisha Team

Published : Dec 23, 2023, 10:55 PM IST

କଡା ସୁରକ୍ଷାରେ ରଗଡି ଜେଲରେ ପହଞ୍ଚିଲା ସନ୍ଦିଗ୍ଧ ଆତଙ୍କୀ ବୁଖାରି

ଯାଜପୁର: ଶେଷ ହୋଇଛି ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରିର ୫ ଦିନିଆ ରିମାଣ୍ଡ । ୫ ଦିନ ଖୋଳତାଡ଼ ପରେ ବୁଖାରିଙ୍କୁ କୋର୍ଟରେ ହାଜର କରାଇଥିଲା ଏସ୍‌ଟିଏଫ୍‌ ଟିମ୍‌ । ସନ୍ଦିଗ୍ଧ କାଶ୍ମୀରି ଆତଙ୍କୀ ସୟଦ ଇଶାନ ବୁଖାରିକୁ ଆଜି ସନ୍ଧ୍ୟା ୫ଟା ସମୟରେ ଏସ୍‌ଟିଏଫ୍‌ ଟିମ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା । ସେଠାରୁ ପୁଣି ତାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଗଡି ଜେଲକୁ ପଠାଇ ଦିଆଯାଇଛି ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁରରୁ ସନ୍ଦିଗ୍ଧ କାଶ୍ମୀରି ଆତଙ୍କୀ ସୟଦ ଇଶାନ ବୁଖାରିକୁ ଗିରଫ କରିଥିଲା ଏସ୍‌ଟିଏଫ୍‌ ଟିମ୍‌ । ଆତଙ୍କୀ ଲିଙ୍କ୍‌ରେ ତାକୁ ଗିରଫ କରାଯାଇ ରିମାଣ୍ଡରେ ନେବା ପରେ ବହୁ ତଥ୍ୟ ହାସଲ କରିଛି ତଦନ୍ତକାରୀ ସଂସ୍ଥା । ସେପଟେ ୫ ଦିନ ରିମାଣ୍ଡ ପରେ ରଗଡି ଜେଲରେ କଡା ସୁରକ୍ଷାରେ ପହଞ୍ଚିଛି ସନ୍ଦିଗ୍ଧ କାଶ୍ମୀରି ଆତଙ୍କି ସୟଦ ଇସାନ ବୁଖାରି l ଗତ ୫ ଦିନ ତଳେ ଅଧିକ ତଦନ୍ତ ପାଇଁ ରଗଡି ଜେଲରୁ ଏସ୍‌ଟିଏଫ୍‌ ଟିମ୍‌ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ୫ ଦିନ ପାଇଁ ରିମାଣ୍ଡରେ ନେଇଥିଲା l ଆଜି ସନ୍ଦିଗ୍ଧ କାଶ୍ମୀରି ଆତଙ୍କୀ ସୟଦ ଇସାନ ବୁଖାରିର ରିମାଣ୍ଡ ତାରିଖ ଶେଷ ହେଇଛି l ତେବେ ରିମାଣ୍ଡ ତାରିଖ ଶେଷ ହେବା ପରେ ଏସ୍‌ଟିଏଫ୍‌ ଟିମ ଆଜି ସୟଦ ଇସାନ ବୁଖାରିକୁ ପ୍ରଥମେ ଚଣ୍ଡିଖୋଲ କୋର୍ଟରେ ହାଜର କରିଥିଲା l ସେଠାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସନ୍ଧ୍ୟାରେ ରଗଡି ଜେଲରେ ସୟଦ ଇସାନ ବୁଖାରିକୁ ଏସ୍‌ଟିଏଫ୍‌ ଟିମ ଛାଡିଥିବା ସୂଚନା ମିଳିଛି l

ଏହା ମଧ୍ୟ ପଢ଼ନ୍ତୁ...ବୁଖାରିକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ, 5 ବର୍ଷ ତଳେ ଆତଙ୍କୀ ଲିଙ୍କ ଅଭିଯୋଗ ଆଣିଥିଲେ ସାମ୍ବାଦିକ

ପ୍ରକାଶଯୋଗ୍ୟ, ଯାଜପୁର ଧର୍ମଶାଳା ଅଞ୍ଚଳରେ ବୁଖାରି ଆତ୍ମଗୋପନ କରିଥିଲା l ସେହି ସମୟରେ ତାର କାର୍ଯ୍ୟକଳାପକୁ ଦେଖି ଦିଲଦାର ଚାନ୍ଦ ନାମକ ଜଣେ ସାମ୍ବାଦିକ ବୁଖାରି ବିରୋଧରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ତତ୍କାଳୀନ ଧର୍ମଶାଳା ଥାନା ଅଧିକାରୀ ବୁଖାରିର କାଗଜପତ୍ର ଯାଞ୍ଚ କରିଥିଲେ ଏବଂ ପଚରାଉଚରା କରିଥିଲେ । ପରବର୍ତ୍ତୀ ସମୟରେ ବୁଖାରିର ପତ୍ନୀ ମିଛରେ ବଦନାମ୍ କରାଯାଉଥିବା ଅଭିଯୋଗ ଆଣିବାରୁ ପୋଲିସ ଦ୍ୱାରା ଆକ୍ରୋଶର ଶିକାର ହୋଇଥିଲେ ସାମ୍ବାଦିକ ଦିଲଦାର ଚାନ୍ଦ । ଏହି ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ସନ୍ଦିଗ୍ଧ ଜଣଙ୍କ ଯାଜପୁର ଜିଲ୍ଲାକୁ କାହିଁକି ଟାର୍ଗେଟ କଲା ? ଏହି ଜିଲ୍ଲାରେ କାହା ସହାୟତାରେ ନିଜ ଆତଙ୍କବାଦୀ କାର୍ଯ୍ୟକଳାପକୁ ଚଳାଇଥିଲା ? ଏସବୁ ଦିଗ ଉପରେ ଏସ୍‌ଟିଏଫ୍‌ ଟିମ ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details