ଓଡିଶା

odisha

ETV Bharat / state

ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ STF, ଆଜି କୋର୍ଟରେ କରିବ ଆବେଦନ

Kashmir wanted terrorist Odisha: ଆଜି ଯାଜପୁରରେ ପହଞ୍ଚିବ ଏସଟିଏଫ ଟିମ । ରଗଡି ଜେଲରୁ ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀକୁ ରିମାଣ୍ଡରେ ନେବା ପାଇଁ କୋର୍ଟ ରେ କରିବ ଆବେଦନ । ଅଧିକ ପଢନ୍ତୁ

ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀ
Kashmir wanted terrorist Odisha

By ETV Bharat Odisha Team

Published : Dec 18, 2023, 12:20 PM IST

ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ STF

ଯାଜପୁର:ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା । ସୟଦ ଇଶାନ ବୁଖାରିକୁ ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ । ଯାଜପୁରରେ ଆଜି ଏସଟିଏଫ ଟିମ୍‌ ପହଞ୍ଚିବା ପରେ କୋର୍ଟରେ 7 ଦିନିଆ ରିମାଣ୍ଡ ଆବେଦନ କରିବ । ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀ ସୟଦ ଇଶାନ ବୁଖାରିକୁ ଗିରଫ କରିବା ପରେ ଚଣ୍ଡିଖୋଲ ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ହଜାର କରାଯାଇଥିଲା । ସେଠାରେ ତାର ବେଲ୍‌ ନାକଚ ହେବାପରେ ବର୍ତ୍ତମାନ ସେ ରଗଡି ଜେଲରେ ରହୁଛି ।

ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀର ଆଇଏସ୍‌ଆଇ ଲିଙ୍କ୍‌ ଥିବା ଏସଟିଏଫ ଟିମ୍‌ ଅନୁମାନ କରୁଛି । ତେଣୁ ଆଜି(ସୋମବାର) ଦିନ 1ଟା ସମୟରେ ଏସଟିଏଫ୍‌ ଟିମ୍‌ ଯାଜପୁରରେ ପହଞ୍ଚିବା ପରେ ଚଣ୍ଡିଖୋଲ କୋର୍ଟରେ ରିମାଣ୍ଡରେ ଆବେଦନ କରିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ସେପଟେ ରଗଡି ଜେଲରଙ୍କ ଆବେଦନ ପରେ ଆଜି ଯାଜପୁର ଏସ୍‌ପି ଭିନିତ୍‌ ଅଗ୍ରୱାଲ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଚଣ୍ଡିଖୋଲ JMFC କୋର୍ଟରେ ହାଜର ପରେ ରଗଡି ଜେଲ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

ଆତଙ୍କୀ ସଂଗଠନ ପାଇଁ ଏହି ଗୁପ୍ତଚର ପିଲା ଯୋଗାଡ଼ କରୁଥିବା ଏସଟିଏଫ ସନ୍ଦେହ କରୁଛି । ଦେଶର ବିଭିନ୍ନ ସହର ବୁଲି ବୁଲି ସଂଗ୍ରହ କରୁଥିଲା ଯୁବକ । ନିଜକୁ ଡାକ୍ତର ଭଳି ପରିଚୟ ଦେଇ ଲୋକଙ୍କ ସେବାରେ ନିୟୋଜିତ ରହି ଏସବୁ ଥିଲା ତାର ଲକ୍ଷ୍ୟ । ଏଥିପାଇଁ ଲକ୍ଷ୍ନୌ, ପଞ୍ଜାବ, କେରଳ, କାଶ୍ମୀର, ଓଡ଼ିଶା ଭଳି ଅନେକ ସହରରୁ ଯୁବକ ଓ ଯୁବତୀ ଠିକ୍‌ କରୁଥିଲା । ସହଜରେ କେହି ତାକୁ ସନ୍ଦେହ କରିବା ପୂର୍ବରୁ ନିଜକୁ ସୋସିଆଲ ମିଡିଆରେ କିଛି ଯୁବତୀଙ୍କ ସହ ଭାବ ବଢାଇ ସେହି ଅଞ୍ଚଳରେ ବିବାହ କରି ସେଠାରେ ନିଜର ଏକ କ୍ଲିନ୍-ଇମେଜ୍‌ ତିଆରି କରୁଥିଲା । ଏପରିକି ନ୍ୟୁରୋ ସର୍ଜନ ଭାବେ ପରିଚିତ କରି ଲୋକଙ୍କ ଭିତରେ ବିଶ୍ବାସ ଜନ୍ମାଉଥିଲା । ଆଉ ଏହି ଆଳରେ ନିଜର ସଂଗଠନ ପାଇଁ ପିଲା ଯୋଗାଡ଼ କରିବା ତାର ଲକ୍ଷ୍ୟ ବୋଲି ସନ୍ଦେହ କରୁଛି ଏସଟିଏଫ ।

ପାକିସ୍ତାନୀ ଆଇଏସଆଇ ଏଜେଣ୍ଟ ସହ ଚାଟିଂର ପ୍ରମାଣ ଏସ୍‌ଟିଏଫ୍‌ର ହସ୍ତଗତ ପରେ ସନ୍ଦେହ ଦ୍ଵିଗୁଣିତ ହୋଇଛି । ଏହାପରେ ଏସଟିଏଫ ତାର ଆର୍ଥିକ କାରବାର ଉପରେ ନଜର ପକାଇଛି । ଏପରିକି ତାର ୬ଟି ଆକାଉଣ୍ଟ ଠାବ ହୋଇଥିବା ବେଳେ କେତେ ଟଙ୍କା କାରବାର ହୋଇଛି ସେନେଇ ଗୃହ ମନ୍ତ୍ରାଳୟର ଫାଇନାନ୍ସ ଇଣ୍ଟେଲିଜେନ୍ସ ୟୁନିଟ୍‌ର ସହାୟତା ନେଇଛି ଏସ୍‌ଟିଏଫ୍‌ ଟିମ୍ ।

ସୂଚନା ଅନୁଯାୟୀ ଗତ 16 ତାରିଖରେ ଧର୍ମଶାଳା ଥାନା ନେଉଳପୁର ମିଲତନଗରଠାରେ ଏହି ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍‌ । ଭଡ଼ା ଘରେ ରହୁଥିବା ସୟଦ ଇସାନ ବୁଖାରିକୁ ଆତଙ୍କୀ କାର୍ଯ୍ୟକଳାପ ଅଭିଯୋଗରେ ଉଠାଇ ନେଇଥିଲା ଏସଟିଏଫ୍‌ । ଭାରତୀୟ ସେନା ବାହିନୀର ଡାକ୍ତର ପରିଚୟ ଦେଇ ସେ ନେଉଳପୁର ଅଞ୍ଚଳରେ ରହି ଆସୁଥିବା ବେଳେ ଏଠାରେ ରହି ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇବା ପରେ ତାକୁ ଗିରଫ କରିଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details