ଓଡିଶା

odisha

ETV Bharat / state

ଆନ୍ତଃରାଜ୍ୟ କବାଡି ପ୍ରତିଯୋଗିତା: ଭାଗ ନେଲେ ୪୩ଟି ବିଦ୍ୟାଳୟର ଖେଳାଳି - Kabaddi competition in jajpur

ଯାଜପୁରରେ ଆରମ୍ଭ ହୋଇଛି ସ୍କୁଲ ସ୍ତରୀୟ କବାଡ଼ି ପ୍ରତିଯୋଗିତା । ବ୍ୟାସନଗର ପବ୍ଲିକ ସ୍କୁଲରେ ସିବିଏସଇ ପକ୍ଷରୁ ୩ଦିନିଆ ଆନ୍ତଃରାଜ୍ୟ କବାଡି ପ୍ରତିଯୋଗିତା ହେବ । ଏହି ପ୍ରତିଯୋଗିତାରେ ୪୩ଟି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଖେଳାଳିମାନେ ଭାଗ ନେଇଛନ୍ତି ।

ଆନ୍ତରାଜ୍ୟ କବାଡି ପ୍ରତିଯୋଗିତା: ଭାଗ ନେଲ ୪୩ଟି ବିଦ୍ୟାଳୟର ଖେଳାଳି

By

Published : Oct 13, 2019, 10:58 AM IST

ଯାଜପୁର: ଜିଲ୍ଲାରେ ଶନିବାରଠାରୁ ଆରମ୍ଭ ହୋଇଛି ସ୍କୁଲ ସ୍ତରୀୟ କବାଡ଼ି ପ୍ରତିଯୋଗିତା । ବ୍ୟାସନଗର ପବ୍ଲିକ ସ୍କୁଲରେ ସିବିଏସଇ ପକ୍ଷରୁ ୩ଦିନିଆ ଆନ୍ତଃରାଜ୍ୟ କବାଡି ପ୍ରତିଯୋଗିତା ହେବ । ଏହି ପ୍ରତିଯୋଗିତାରେ ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଓଡିଶାର ପ୍ରାୟ ୪୩ଟି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଖେଳାଳିମାନେ ଭାଗ ନେଇଛନ୍ତି ।

ଆନ୍ତରାଜ୍ୟ କବାଡି ପ୍ରତିଯୋଗିତା: ଭାଗ ନେଲ ୪୩ଟି ବିଦ୍ୟାଳୟର ଖେଳାଳି


ଆରମ୍ଭରୁ ଶେଷ ଯାଏଁ ପ୍ରାୟ ୫୦ ଗୋଟି ମ୍ୟାଚ ଅନୁଷ୍ଠିତ ହେବ । ଏହି ଉଦଘାଟନୀ ଉତ୍ସବରେ ଅତିଥି ଭାବେ କୋରେଇ ବ୍ଲକ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଶତପଥୀ, ସିବିଏସଇର ଆଞ୍ଚଳିକ ଅଧିକାରୀ ଥାଙ୍ଗଖୋଲେଟ ମାତେ, ବ୍ୟାସନଗର ପୁର୍ବତନ ପୌରାଧକ୍ଷା ସବିତା ରାଉତ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସୋମବାର ଅପରାହ୍ନରେ ଏହି କବାଡି ପ୍ରତିଯୋଗିତା ଉଦଯାପିତ ହେବ ବୋଲି ଆୟୋଜକ କହିଛନ୍ତି ।


ଯାଜପୁର ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details