ଓଡିଶା

odisha

ETV Bharat / state

୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ - ଓଡ଼ିଶା ଫୁଟବଲ ଆସୋସିଏସନ

ଯାଜପୁର ଜିଲ୍ଲା କୋରେଇ ବ୍ଲକର ବରୁଣ୍ଡାଇ ଠାରେ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଉଦଯାପିତ ହୋଇଛି।

state level football tournament in jajpur
୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆରଏନ କ୍ଲବ ଅଡଶପୁର ଚମ୍ପିଆନ

By

Published : Jan 29, 2020, 10:14 AM IST

ଯାଜପୁର: ଜିଲ୍ଲାର କୋରେଇ ବ୍ଲକ ବରୁଣ୍ଡାଇ ଠାରେ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଗତକାଲି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଆରଏନ କ୍ଲବ ଅଡଶପୁର ଚମ୍ପିଆନ ହୋଇଛି। ଫାଇନାଲ ମ୍ୟାଚରେ ଆରଏନ କ୍ଲବ ଅଡଶପୁର, ଖୋର୍ଦ୍ଧାକୁ ହରାଇ ବାଜି ମାରିଛି।

୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଆରଏନ କ୍ଲବ ଅଡଶପୁର ଚମ୍ପିଆନ

ଏହି ଟୁର୍ଣ୍ଣାମେଣ୍ଟରେ କୋରେଇ ବିଧାୟକ ଅଶୋକ ବଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲା ବେଳେ ଓଡ଼ିଶା ଫୁଟବଲ ଆସୋସିଏସନ ସମ୍ପାଦକ ଓ ଉପସଭାପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ବାରା ବିଜୟୀ ଓ ପରାଜୟ ଦଳକୁ ଟ୍ରଫି ଓ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ମ୍ୟାଚ ଦେଖିବା ପାଇଁ ୧୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ହୋଇଥିଲା। ଗ୍ରାମାଞ୍ଚଳରେ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ଅତିଥି ଆୟୋଜକଙ୍କୁ ପ୍ରଶଂସା କରିଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details