ଓଡିଶା

odisha

By

Published : Jan 13, 2020, 3:00 PM IST

ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ଆଶାୟୀ ଶିକ୍ଷା ସହାୟକଙ୍କ ବିକ୍ଷୋଭ ପ୍ରଦର୍ଶନ

କନିଷ୍ଠ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଆଶାୟୀ ଶିକ୍ଷା ସହାୟକ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଶାୟୀ ଶିକ୍ଷା ସହାୟକ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଆଶାୟୀ ଶିକ୍ଷା ସହାୟକ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର: କନିଷ୍ଠ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଆଶାୟୀ ଶିକ୍ଷା ସହାୟକଙ୍କ ବିକ୍ଷୋଭ ପ୍ରଦର୍ଶନ । ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଲାଗି ଡିଇଏଲଇଡି, ଓଟିଇଟି ଏବଂ ଓଏସଏସଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବହୁ ଯୋଗ୍ୟତାଧିକାରୀ ଅପେକ୍ଷା କରିଛନ୍ତି ।

ଆଶାୟୀ ଶିକ୍ଷା ସହାୟକ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟର ବିଭିନ୍ନ ସ୍କୁଲରେ ହଜାର ହଜାର କନିଷ୍ଠ ଶିକ୍ଷକ ପଦବୀ ଫାଙ୍କା ଥିଲେବି ଯୋଗ୍ୟତାଧାରୀଙ୍କୁ ଚାକିରି ନମିଳୁଥିବାରୁ ସେମାନେ ବେରୋଜଗାରୀ ଅଛନ୍ତି । ରାଜ୍ୟ ସରକାର ତୁରନ୍ତ ପଦବୀ ପୁରଣ କରି କନିଷ୍ଠ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଆଶାୟୀ ଶିକ୍ଷା ସହାୟକ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details