ଓଡିଶା

odisha

ଯାଜପୁରରୁ ୩୦୦ ଲିଟର ସ୍ପିରିଟ ଜବତ, ଜଣେ ଗିରଫ

By

Published : Sep 17, 2020, 2:12 PM IST

ଯାଜପୁର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍ବାର୍ଡ ବୁଧବାର ସକାଳୁ ପାଣିକୋଇଲି ଛକ ପାଖରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ ୬ଟି 300 ଲିଟର ସ୍ପିରିଟ ଜାର ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

୩୦୦ ଲିଟର ସ୍ପିରିଟ ଜବତ ସହ ଜଣେ ଗିରଫ
୩୦୦ ଲିଟର ସ୍ପିରିଟ ଜବତ ସହ ଜଣେ ଗିରଫ

ଯାଜପୁର: ୩୦୦ ଲିଟର ସ୍ପିରିଟ ଜବତ ସହ ଜଣେ ଗିରଫ । ଯାଜପୁର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍ବାର୍ଡ ବୁଧବାର ସକାଳୁ ପାଣିକୋଇଲି ଛକ ପାଖରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ ୬ ଟି ଜାରରୁ 300 ଲିଟର ସ୍ପିରିଟ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

୩୦୦ ଲିଟର ସ୍ପିରିଟ ଜବତ ସହ ଜଣେ ଗିରଫ

ସୂଚନା ଅନୁସାରେ, ହରିପୁର ଅଞ୍ଚଳର ତ୍ରିଲୋଚନ ସାହୁ କୋଲକତା ବଡ ବଜାର ଅଞ୍ଚଳରୁ ଟ୍ରକ ଯୋଗେ ସ୍ପିରିଟ ମଗାଉଥିବା ନେଇ ଅବକାରୀ ବିଭାଗ ସ୍ବାର୍ଡର ଅଧିକାରିଣୀ ସ୍ପପାରାଣୀ ସାହୁ କୌଣସି ବିଶେଷ ସୂତ୍ରରୁ ସୂଚନା ପାଇଥିଲେ । ଏଣୁ ଗୁରୁବାର ସକାଳୁ ଅବକାରୀ ବିଭାଗ ଚଢାଉ କରି ୩ ଶହ ଲିଟର ସ୍ପିରିଟ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details