ଯାଜପୁର:ରାଜ୍ୟରେ ବେକାବୁ କୋରୋନା । ଯାଜପୁର ଜିଲ୍ଲାରେ ୧୫୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୯୦ରେ ପହଞ୍ଚିଛି । ଏଥିମଧ୍ୟରୁ ୪୨୭୪ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଛି । ଏହାସହ ୧୬୦୮ ସକ୍ରିୟ ମାମଲା ରହିଛି ।
କୋରୋନା ସଂକ୍ରମଣ ଉପରେ ଦିଆଯିବ ବିଶେଷ ଗୁରୁତ୍ବ: ଜିଲ୍ଲାପାଳ - ୧୫୬ covid positive found in jajpur
ଯାଜପୁରରେ ବେକାବୁ କୋରୋନା । ୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ । କୋରୋନା ସଂକ୍ରମଣକୁ ରୋକିବା ପ୍ରଥମ ପ୍ରାଥମିକତା ରହିବ ବୋଲି କହିଲେ ନୂତନ ଜିଲ୍ଲାପାଳ । ଅଧିକ ପଢନ୍ତୁ....
କୋରୋନା ସଂକ୍ରମଣ ଉପରେ ଦିଆଯିବ ବିଶେଷ ଗୁରୁତ୍ବ : ଜିଲ୍ଲାପାଳ
କୋରୋନା ସଂକ୍ରମଣ ଉପରେ ଦିଆଯିବ ବିଶେଷ ଗୁରୁତ୍ବ: ଜିଲ୍ଲାପାଳ
ତେବେ, ଜିଲ୍ଲାରେ ଆଜିଠାରୁ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ଚକ୍ରବର୍ତ୍ତୀ ସିଂ ରାଠୋର । ଜିଲ୍ଲାର ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ କିଭଳି ସଂକ୍ରମଣରେ ରୋକ ଲାଗିବ, ସେ ନେଇ ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Sep 14, 2020, 5:07 PM IST