ଓଡିଶା

odisha

By

Published : Jan 21, 2021, 9:11 PM IST

ETV Bharat / state

କୋଟରକ୍ଷୀ ମନ୍ଦିରରୁ ଚୋରି ପ୍ରସଙ୍ଗ, ଏସପି ଓ ବିଧାୟକଙ୍କ ମନ୍ଦିର ପରିଦର୍ଶନ

ଯାଜପୁର ଜିଲ୍ଳା ବଡଚଣା ଥାନା ଦର୍ପଣୀ କୋଟରକ୍ଷୀ ମନ୍ଦିର ପରିଦର୍ଶନ କରିଛନ୍ତି ଯାଜପୁର ଏସପି ରାହୁଲ ପିଆର ଓ ବଡଚଣା ବିଧାୟକ ଅମର ଶତପଥୀ । ପଢନ୍ତୁ ଅଧିକ...

କୋଟରକ୍ଷୀ ମନ୍ଦିରରୁ ଚୋରି ପ୍ରସଙ୍ଗ, ଏସପି ଓ ବିଧାୟକଙ୍କ ମନ୍ଦିର ପରିଦର୍ଶନ
କୋଟରକ୍ଷୀ ମନ୍ଦିରରୁ ଚୋରି ପ୍ରସଙ୍ଗ, ଏସପି ଓ ବିଧାୟକଙ୍କ ମନ୍ଦିର ପରିଦର୍ଶନ

ଯାଜପୁର:ବଡଚଣା ଥାନା ଦର୍ପଣୀ କୋଟରକ୍ଷୀ ମନ୍ଦିର ପରିଦର୍ଶନ କରିଛନ୍ତି ଯାଜପୁର ଏସପି ରାହୁଲ ପିଆର ଓ ବଡଚଣା ବିଧାୟକ ଅମର ଶତପଥ । କେହି ଦୁର୍ବୃତ୍ତ ଗତ ୧୧ତାରିଖ ରାତିରେ ମାଙ୍କର ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତିକୁ ଚୋରି କରିନେବା ସହିତ ମନ୍ଦିରରେ ଥିବା ମାଙ୍କର ସୁନାରୂପା ଅଳଙ୍କାରକୁ ଲୁଟିନେଇଥିଲା । ଏନେଇ ମନ୍ଦିର କମିଟି ଓ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବଡଚଣା ଥାନାରେ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କିନ୍ତୁ ସନ୍ଧାନୀ କୁକୁର ସହାୟତାରେ ମଧ୍ୟ ତଦନ୍ତ କରାଯାଇଥିବା ବେଳେ ଚୋରକୁ ଧରିବାରେ ସକ୍ଷମ ହୋଇନାହିଁ ପୋଲିସ ।

କୋଟରକ୍ଷୀ ମନ୍ଦିରରୁ ଚୋରି ପ୍ରସଙ୍ଗ, ଏସପି ଓ ବିଧାୟକଙ୍କ ମନ୍ଦିର ପରିଦର୍ଶନ

ଏନେଇ ଦିନକୁ ଦିନ ଲୋକଙ୍କ ଭିତରେ ଅସନ୍ତୋଷ ବଢୁଥିବା ବେଳେ ଆଜି ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଓ ଯାଜପୁର ଏସପି ରାହୁଲ ପିଆର ମନ୍ଦିର ସ୍ଥଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଚୋରି ସମ୍ପର୍କରେ ଆଲୋଚନା କରିଛନ୍ତି । ଖୁବ୍ ଶିଘ୍ର ଚୋରଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଏସପିଙ୍କ ନିଟକରେ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା , ଇଟିଭି ଭାରତ

ABOUT THE AUTHOR

...view details