ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡାକଡ଼ି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ଟାରୁ 11ଟା ଏବଂ ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡାକଡ଼ି । ସାରା ଦେଶରେ ଲକ ଡାଉନ ହୋଇଥିବା ବେଳେ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହଇରାଣ ହରକତ ହେଉଛନ୍ତି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସଉଦା ଦୋକାନ ଓ ପନିପରିବା ଦେକାନକୁ ସକାଳ ୭ଟାରୁ 11ଟା ଏବଂ ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ଖୋଲା ରଖିବାକୁ କହିଛନ୍ତି । ଏହି ସମୟରେ ମଧ୍ୟ ଭିଡ ଲାଗି ରହିଲେ ସମୟକୁ ମଧ୍ୟ ବୃଦ୍ଧି କରାଯିବ ।