ଓଡିଶା

odisha

ETV Bharat / state

ଚୋରାମଦ ବିକ୍ରିକୁ ନେଇ ଥାନାରେ ଗ୍ରାମବାସୀଙ୍କ ଏତଲା - lockdown

ମଦ ବିକ୍ରିକୁ ନେଇ ଅସନ୍ତୋଷ ଗ୍ରାମବାସୀ । ମଦ ବିକ୍ରି ବନ୍ଦ କରିବାକୁ ଯୁବକଙ୍କ ନାଁରେ ଥାନାରେ ଏତଲା । ଅଧିକ ପଢନ୍ତୁ...

ଚୋରା ମଦ ବିକ୍ରିକୁ ନେଇ ଥାନାରେ ଗ୍ରାମବାସୀଙ୍କ ଏତଲା
ଚୋରା ମଦ ବିକ୍ରିକୁ ନେଇ ଥାନାରେ ଗ୍ରାମବାସୀଙ୍କ ଏତଲା

By

Published : Jun 1, 2021, 7:35 PM IST

ଯାଜପୁର:କୋରୋନା ମହାମାରୀ ପାଇଁ ରାଜ୍ୟବ୍ୟାପୀ ଜାରି ରହିଛି ଲକଡାଉନ ଓ ସଟଡାଉନ । ଆଉ ଏହି ସମୟରେ ଗ୍ରାମାଞ୍ଚଳରେ ଅବାଧରେ ଚୋରା ମଦ କାରାବାର କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି ଏବଂ ଯେଉଁ ମାନେ ସେମାନଙ୍କୁ ବିରୋଧ କରୁଛନ୍ତି ତାଙ୍କୁ ମଧ୍ୟ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଚୋରା ମଦ ବିକ୍ରିକୁ ନେଇ ଥାନାରେ ଗ୍ରାମବାସୀଙ୍କ ଏତଲା

ପାଣିକୋଇଲି ଥାନା ବନେଇପୁର ମହିଳା ସୂଚନାନୁଯାୟୀ ପାଣିକୋଇଲି ଥାନା ଅନ୍ତର୍ଗତ କରଦା ଗ୍ରାମପଞ୍ଚାୟତର ବନେଇପୁର ଗ୍ରାମରେ କାଳନ୍ଦୀ ପଳତା ଏବଂ ନବ ପଳତା ନାମକ ଦୁଇଜଣ ବ୍ୟକ୍ତି ଚୋରା ମଦ କାରବାର କରୁଥିଲେ । ଖବର ପାଇ ଗ୍ରାମର ମହିଳା ମାନେ ମଦ କାରବାର ବନ୍ଦ କରିବା ପାଇଁ ଚେତାବନୀ ଦେଇଥିଲେ । ଏହାପରେ କାଳନ୍ଦୀ ପଳତା ଏବଂ ନବ ପଳତା ଦୁଇଜଣ ମିଶି ମଦ କାରବାରକୁ ବିରୋଧ କରୁଥିବା ମହିଳା ମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଚୋରା ମଦ ବେପାର ବନ୍ଦ କରିବେ ନାହିଁ ବୋଲି ଧମକ ଦେଇଛନ୍ତି ।

ଏନେଇ ବନେଇପୁର ଗାଁର ମହିଳା ମାନେ ଥାନାରେ ଅଭିଯୋଗ କରିଛନ୍ତି । ମହିଳା ମାନେ ଗାଁରେ ବେଆଇନ ମଦ ବିକ୍ରିକୁ ବନ୍ଦ କରିବାକୁ ଦାବି କରି ପାଣିକୋଇଲି ଥାନାର ଦ୍ୱାରସ୍ଥ ମଧ୍ୟ ହେଇଛନ୍ତି । ସେପଟେ ଖୁବଶୀଘ୍ର ଗାଁରେ ମଦ ବିକୁଥିବା ସ୍ଥାନରେ ଚଢ଼ାଉ କରାଯିବ ବୋଲି ଥାନାଧିକାରୀ ସୁଶୀଲ କୁମାର ନାୟକ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details