ଯାଜପୁର: କୋରୋନା ମୁକାବିଲା ପାଇଁ ଜିଲ୍ଲାପାଳ ବିଭିନ୍ନ ବ୍ୟକ୍ତି ବିଶେଷ ପକ୍ଷରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରାଯାଇଛି । ଗୁରୁବାର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ ୫ ହଜାର ଟଙ୍କା ଏବଂ କୋରେଇ ବ୍ଲକ ବନ୍ଦାଳର ସମିତି ସଭ୍ୟ ନିଳାଦ୍ରି ଭୁଷଣ ସାହୁ ନିଜର ୬ ମାସର ଦରମା ପ୍ରଦାନ କରିଛନ୍ତି ।
କୋରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଆର୍ଥିକ ସହଯୋଗ - so many people donate money for corona to cm fund
କୋରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଆର୍ଥିକ ସହଯୋଗ । ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ବଢାଇଲେ ସହାୟତାର ହାତ। ଅଧିକ ପଢନ୍ତୁ.....
କୋରୋନା ମୁକାବିଲ ପାଇଁ ଜିଲ୍ଲାପାଳଙ୍କୁ ଆର୍ଥିକ ସହଯୋଗ
ସେହିପରି ବ୍ୟାସନଗର ପୌରପାଳର ଗୁପ୍ତା ମେଡିସିନ ପକ୍ଷରୁ ୫୦ ହଜାର ଟଙ୍କା ଏବଂ ଜେମ୍ସ ତରଫରୁ ୨୫ ହଜାର ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା କରାଯାଇଛି । ଏହି ଅର୍ଥ ଜିଲ୍ଲାର କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ । ଏହି ବଦାନ୍ୟ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ଅନ୍ୟମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ନିବେଦନ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
TAGGED:
jajpur lockdown