ଓଡିଶା

odisha

ETV Bharat / state

ଯାଜପୁରରେ ସର୍ପାଘାତରେ ଜଣେ ମୃତ - ବିଷଧର ସାପ

ଯାଜପୁର ପୌରାଞ୍ଚଳର କୋତବସନ୍ତପୁର ଅଞ୍ଚଳରେ ସାପକାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । କଦଳୀପତ୍ର ଆଣିବାକୁ ଯାଇଥିବା ବେଳେ କୌଣସି ବିଷଧର ସାପ କାମୁଡି ଦେଇଥିଲା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

By

Published : Sep 28, 2019, 11:35 PM IST

ଯାଜପୁର: ସର୍ପାଘାତରେ ଜଣଙ୍କର ମୃତ୍ୟୁ । ଯାଜପୁର ପୌରାଞ୍ଚଳର କୋତବସନ୍ତପୁର ଅଂଚଳର ଗଣେଶ ଚନ୍ଦ୍ର ସାହୁ ସର୍ପାଘାତରେ ମୃତ୍ୟୁବରଣ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଗଣେଶ ବାଡିରେ ଥିବା କଦଳୀପତ୍ର ଆଣିବାକୁ ଯାଇଥିବା ବେଳେ କୌଣସି ବିଷଧର ସାପ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ନେଇ ସ୍ଥାନୀୟ ଯାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details