ଓଡିଶା

odisha

By

Published : Dec 19, 2020, 8:44 PM IST

ETV Bharat / state

ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନାଗସାପ ଉଦ୍ଧାର

ଯାଜପୁର ଜିଲ୍ଲା ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନାଗସାପ ଉଦ୍ଧାର । ଉଦ୍ଧାର ସାପକୁ ବନ ବିଭାଗକୁ ହସ୍ତାନ୍ତର । ଅଧିକ ପଢନ୍ତୁ...

ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନାଗସାପ ଉଦ୍ଧାର
ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନାଗସାପ ଉଦ୍ଧାର

ଯାଜପୁର: ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ନାଗସାପ ଉଦ୍ଧାର । ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟ ଚାଲୁଥିବା ସମୟରେ ନାଗସାପଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ନାଗସାପଟି 5 ଫୁଟ୍ ଲମ୍ବର ବୋଲି ଜଣାପଡିଛି ।

ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନାଗସାପ ଉଦ୍ଧାର

ତେବେ ଯାଜପୁର ଜିଲ୍ଲା ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ନାଗସାପ ଉଦ୍ଧାର ହେବାପରେ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଆତଙ୍କିତ ହୋଇ ପଡିଥିଲେ । ପରେ ସ୍ନେକ ହେଲ୍ପଲାଇନକୁ ଖବର ଦେବାପରେ ଯାଜପୁର ରୋଡ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକ ଡାକ୍ତରଖାନାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।

ତେବେ ଉଦ୍ଧାର ସାପ ଶରୀରର ଏକାଧିକ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଥିଲା । ସାପକୁ ପ୍ରାଥମିକ ଚିକିତ୍ସା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details