ଯାଜପୁର: ମଙ୍ଗଳବାର ଚୋରା ଗାଈ ଚାଲାଣବେଳେ ବ୍ୟାସନଗରସ୍ଥିତ ମହିଳା କଲେଜ ନିକଟରେ ବଜରଙ୍ଗ ଦଳ ଗାଡିକୁ ଜବତ କରିଛି । ଏହା ପରେ ପୋଲିସକୁ ଖବର ଦେଇ ଗାଡି ସହିତ 15ଟି ଗାଈକୁ ଜିମା ଦେଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ବ୍ୟାସନଗର ବଜରଙ୍ଗ ଦଳର ସଂଯୋଜକ ସୁଶୀଲ କୁମାର ମଲ୍ଲିକ ମହିଳା କଲେଜ ଦେଇ ଦୁଇଟି ଚୋରା ଗାଈ ଗାଡି ଯାଉଥିବାର ଖବର କୌଣସି ସୂତ୍ରରୁ ପାଇଥିଲେ । ପରେ ତୁରନ୍ତ ଗାଡିକୁ ଜବତ କରିବା ପାଇଁ ସେ ନିଜ ଦଳର କର୍ମକର୍ତ୍ତାଙ୍କୁ କହିଥିଲେ । ଦଳର କର୍ମକର୍ତ୍ତାମାନେ ଉକ୍ତ ସ୍ଥାନରେ ପହଞ୍ଚି ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଡିଟି ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ବଜରଙ୍ଗ ଦଳର ଅଧିକ କର୍ମକର୍ତ୍ତା ସେଠାରେ ପହଞ୍ଚି ଗାଡିକୁ ଅଟକାଇ ରଖିବାରେ ସକ୍ଷମ ହୋଇଥିଲେ ।