ଓଡିଶା

odisha

By

Published : Apr 17, 2021, 10:55 AM IST

ETV Bharat / state

କପିଳେଶ୍ବର ଗାଁ ପୋଖରୀରୁ କଙ୍କାଳ ମିଳିବା ଘଟଣା, ବନ୍ଧା ହେଲା ଅଭିଯୁକ୍ତ

ଗତ ୮ ତାରିଖରେ ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ବର ଗାଁରେ ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

କପିଳେଶ୍ବର ଗାଁ ପୋଖରୀରୁ କଙ୍କାଳ ମିଳିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
କପିଳେଶ୍ବର ଗାଁ ପୋଖରୀରୁ କଙ୍କାଳ ମିଳିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର:ଗତ ୮ ତାରିଖରେ ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ବର ଗାଁରେ ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ତେବେ ଅଭିଯୁକ୍ତ ଗିରଫ ହେବା ପରେ ଗତକାଲି(ଶୁକ୍ରବାର) ମଧ୍ୟାନ ସମୟରେ ସିନ ରିକ୍ରିଏସନ କରାଯାଇଥିଲା । ପରେ ସନ୍ଧ୍ୟା ସମୟରେ ଯାଜପୁର ଅତିରିକ୍ତ ଏସ୍ପି ଜୟରାମ ଶତପଥୀ ସାମ୍ବାଦିକ ସମିଳନୀରେ ମୁଖ୍ୟ ଅଭିଯୁକ୍ତ ଅରୁଣ ଜେନା ବୋଲି କହିଥିଲେ ।

କପିଳେଶ୍ବର ଗାଁ ପୋଖରୀରୁ କଙ୍କାଳ ମିଳିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସୂଚନାମୁତାବକ, ସେହି ଗାଁର ଅହଲ୍ୟା ରାଉତଙ୍କ ଝିଅ ଶୁଭଶ୍ରୀ, ଗତ ୪ମାସ ତଳୁ ନିଖୋଜ ଥିଲେ । ତେବେ ଗତ ୮ ତାରିଖରେ ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ଗାଁର ଏକ ପୋଖରୀରୁ ଏକ କଙ୍କାଳ ମିଳିଥିଲା । କଙ୍କାଳ ବେକରେ ଥିବା ଓଢ଼ଣୀରୁ ଦେଖି ତାହା ଅହଲ୍ୟା ରାଉତଙ୍କ ଝିଅ ଶୁଭଶ୍ରୀଙ୍କର ବୋଲି ପରିବାର ଲୋକ କହିଥିଲେ । ଏନେଇ ପରିବାର ତରଫରୁ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଜା, ଇଟିଭି ଭାରତ

ABOUT THE AUTHOR

...view details