ଓଡିଶା

odisha

By

Published : Feb 10, 2023, 1:28 PM IST

ETV Bharat / state

ଯାଜପୁର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା, ସୋନା ଓ ଅମିତ ତ୍ରିବେଦୀଙ୍କ ଗୀତରେ ଝୁମିଲେ ଦର୍ଶକ

ଯାଜପୁର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟାରେ ଦର୍ଶକଙ୍କୁ ଝୁମାଇଲେ ସୋନା ଓ ଅମିତ ତ୍ରିବେଦୀ । ରଙ୍ଗବତୀ ଗୀତରେ କମ୍ପିଲା ପରିବେଶ । ଅଧିକ ପଢନ୍ତୁ

jajpur mohatsav 2023
jajpur mohatsav 2023

jajpur mohatsav 2023

ଯାଜପୁର:ବୁଧବାର ଠାରୁ ଆରମ୍ଭ ହୋଇଯାଇଛି ଜିଲ୍ଲା ମହୋତ୍ସବ ।ବାଳାଶ୍ରମ ପଡ଼ିଆରେ ଅନୁଷ୍ଠିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ସମ୍ବଲପୁରୀ ଗୀତ ରଙ୍ଗବତୀ... ରଙ୍ଗବତୀ ଗୀତରେ କମ୍ପିଥିଲା ପୁରା ପରିବେଶ ।

ଓଡିଶା ଝିଅ ତଥା ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ପରକୁ ପର ମେରି ରସକି କମଲ, ପିୟା ସେ ନେନା, ଅମ୍ବର ସରିଆ, ରୋଟିଆ ପକଡେ, ଡ୍ୟାନ୍ସ ପେ ଚାନ୍ସ ମାରଲେ ଭଳି ଅନେକ ଗୀତ ଗାଇ ସନ୍ଧ୍ୟାକୁ ଆହୁରି ରଙ୍ଗୀନ କରିଥିଲେ । ଶେଷରେ ଆହେ ନୀଳ ଶୈଳ ଗୀତରେ କାର୍ଯ୍ୟକ୍ରମରେ ଶେଷ କରିଥିଲେ। ତେବେ ପ୍ରଥମରେ ଯାଜପୁର ମାଟି ବେଶ ନିଆରା ବୋଲି କହିବା ସହ ଯାଜପୁରର କଳା, ସଂସ୍କୃତି ସାରା ଭାରତ ପାଇଁ ଏକ ସ୍ୱତନ୍ତ୍ରତା ରହିଛି ବୋଲି କହିଥିଲେ ସୋନା ମହାପାତ୍ର ।

ଏହା ମଧ୍ୟ ପଢନ୍ତୁ: ସୁନିଧିଙ୍କ ମତୁଆଲା ଗୀତ ସହ ଯାଜପୁର ମହୋତ୍ସବ ଆରମ୍ଭ, ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସେହିପରି ସଂନ୍ଧ୍ୟାରୁ ଦର୍ଶକ ଅପେକ୍ଷା କରି ବସିଥିବା ବେଳେ ନମୋ ନମୋ ଶଙ୍କରାରୁ ବଲିଉଡ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅମ୍ରିତ ତ୍ରିବେଦୀ ନିଜର ଗୀତ ଆରମ୍ଭ କରିଥିଲେ । ବଲିଉଡର ଅନେକ ନୂଆ ପୁରୁଣା ଗୀତରେ ଦର୍ଶକଙ୍କୁ ଆକୃଷ୍ଟ କରି ପାରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିସ ଇଣ୍ଡିଆ ନେହା ଧୁପିଆ, ହୁସେନ ମଞ୍ଚ ପରିଚାଳନା କରିଥିଲେ ।

ଏହି ଅଵସରରେ ଯାଜପୁରର ଅନ୍ବେଷଣ ଥିଏଟର ଦ୍ବାରା ସମ୍ବଲପୁରୀ ନୃତ୍ୟ ପରିବେଷଣ, ସମ୍ବଲପୁର ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ଡାଲଖାଇ ନୃତ୍ୟ, ଖଇରାବାଦ ସାଂସ୍ଖୃତିକ ଅନୁଷ୍ଠାନ ଦ୍ବାରା ଶାସ୍ତ୍ରୀୟ ସଂଗୀତ ଏବଂ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ କୁନା ତ୍ରିପାଠୀ ସାମିଲ ହୋଇ ଯାଜପୁରର ବିକାଶ ସହ ପ୍ରଣବ ପ୍ରକାଶଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଦ୍ବିତୀୟ ସଂନ୍ଧ୍ୟାରେ ୫୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକଙ୍କ ଭିଡ ଲାଗିରହିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବ୍ୟସ୍ତ କରାଯାଇଥିଲା ।

ପ୍ରକାଶଥାଉକି, ଜିଲ୍ଲାର କଳା ସଂସ୍କୃତି ଏବଂ ଐତିହ୍ୟ ପରମ୍ପରାକୁ ପ୍ରଶଂସା କରିବା ସହିତ ଯାଜପୁର ଜିଲ୍ଲା ଆଗାମୀ ଦିନରେ ରାଜ୍ୟର ୧ ନମ୍ବର ଜିଲ୍ଲା ହେବ ବୋଲି ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରଥମ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହାନ ଏବଂ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥିଲେ । କଣ୍ଠଶିଳ୍ପୀ ସୁନିଧି ଚୌହାନଙ୍କ କଣ୍ଠରେ ମତୁଆଲା ହୋଇଥିଲେ ଦର୍ଶକ । ସୁନିଧିଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details