ଓଡିଶା

odisha

By

Published : Oct 8, 2019, 8:15 PM IST

ETV Bharat / state

ବିଦାୟ ନେବେ ମା’, ସିନ୍ଦୁର ଖେଳି ଭାବବିହ୍ବଳ ଭକ୍ତ

ଦୀର୍ଘ 56 ବର୍ଷ ଧରି ଏଠାରେ ଓଡିଆ ଓ ବଙ୍ଗାଳୀମାନେ ମିଳିତ ଭାବେ ମା’ଙ୍କ ଶାରଦୀୟ ପୂଜା କରିଆସୁଛନ୍ତି । ତେଣୁ ଦଶମୀ ଦିନ ଏଠାରେ ସିନ୍ଦୁର ଖେଳର ରହିଛି ନିଆରା ପରମ୍ପରା । ଉଭୟ ବଙ୍ଗାଳୀ ଓ ଓଡିଆ ସଧବା ମହିଳାମାନେ ସିନ୍ଦୁର ଖେଳ ସହ ମା’ଙ୍କୁ ମେଲାଣୀ ଦିଅନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଶେଷ ହୋଇଛି ଶାରଦୀୟ ପୂଜା । ପୀଠରେ ଦଶମୀ ପୂଜା ସହ ଶେଷ ହଇଛି ମା’ଙ୍କ ପୂଜାର୍ଚ୍ଚନା । ପୁଣି ଅପେକ୍ଷା ଆର ବର୍ଷକୁ । ଶୀତଳ ସମୀର ମଳୟ ସହ ନଇ କୂଳେ କୂଳେ ପୁଣି ଖେଳି ଉଠିବ କାଶତଣ୍ଡୀ ଫୁଲ । ଆଉ ପ୍ରକୃତିର ଏହି ଇଙ୍ଗିତ ସହ ଧରାପୃଷ୍ଠରେ ଅବତରଣ କରିବେ ମା’ ଦୁର୍ଗା । ତେବେ ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ପୂଜା ମଣ୍ଡପରେ ବିଜୟା ଦଶମୀରେ ରହିଛି କିଛି ସ୍ବତନ୍ତ୍ର ପରମ୍ପରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଦୀର୍ଘ 56 ବର୍ଷ ଧରି ଏଠାରେ ଓଡିଆ ଓ ବଙ୍ଗାଳୀମାନେ ମିଳିତ ଭାବେ ମା’ଙ୍କ ଶାରଦୀୟ ପୂଜା କରିଆସୁଛନ୍ତି । ତେଣୁ ଦଶମୀ ଦିନ ଏଠାରେ ସିନ୍ଦୁର ଖେଳର ରହିଛି ନିଆରା ପରମ୍ପରା । ଉଭୟ ବଙ୍ଗାଳୀ ଓ ଓଡିଆ ସଧବା ମହିଳାମାନେ ସିନ୍ଦୁର ଖେଳ ସହ ମା’ଙ୍କୁ ମେଲାଣୀ ଦିଅନ୍ତି । ପରସ୍ପରର ମଥା ଓ ମୁହଁରେ ସିନ୍ଦୁର ଲଗାଇ ଏହି ନିଆରା ପରମ୍ପରାକୁ ପାଳନ କରନ୍ତି ସଭିଏଁ ।

ବିଶ୍ବାସ ରହିଛି ଯେମିତି ମା’ ଦୁର୍ଗା ପୂଜା ସମୟରେ ଶାଶୂଘରୁ ବାପଘରକୁ ଆସି ପୂଜା ପାଆନ୍ତି ଠିକ୍‌ ସେହିପରି ଝିଅମାନେ ପୂଜା ସମୟରେ ବାପଘରକୁ ଆସି ପୂଜା କରିଥାଆନ୍ତି । ମା’ ପୂଜା ଶେଷରେ ମେଲାଣି ନେବା ସହ ଝିଅମାନେ ମଧ୍ୟ ନିଜ ଶାଶୂଘରକୁ ଚାଲିଯାଆନ୍ତି । ତେଣୁ ସିନ୍ଦୁର ଖେଳିବା ସହ ସଭିଏଁ ପରସ୍ପରର ଅହିସୁଲକ୍ଷଣୀ କାମନା କରିବା ସଭିଙ୍କ ଶୁଭ ମନାସିଥାଆନ୍ତି ।

ଏବେ ମା’ଙ୍କ ଭସାଣକୁ ଅପେକ୍ଷା । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଯେଉଁଥିରେ ଟ୍ରାଫିକ ନିୟନ୍ତ୍ରଣ ସହ ରହିଛି ଅନ୍ୟାନ୍ୟ ବ୍ୟବସ୍ଥା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details