ଓଡିଶା

odisha

ETV Bharat / state

ଶ୍ରାବଣ ଦ୍ବିତୀୟ ସୋମବାର: ଦଶ୍ବାଶମେଧ ଘାଟରୁ କାଉଡିଆଙ୍କ ଜଳ ସଂଗ୍ରହ

ଶ୍ରାବଣ ଦ୍ବିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଥିବାବେଳେ ସବୁଠାରୁ ଅଧିକ ଭିଡ ଦେଖିବାକୁ ମିଳିଛି ବୈତରଣୀ ନଦୀର ଦଶ୍ବାଶମେଧ ଘାଟରେ । ବିଶ୍ବାସ ରହିଛି ଏହି ଘାଟରୁ ଜଳ ଭାର ନେଇ ମହାଦେବଙ୍କ ପାଖରେ ଲାଗି କଲେ ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୁଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 29, 2019, 10:42 AM IST

ଯାଜପୁର: ରାସ୍ତାଘାଟ ଓ ଶୈବପୀଠ, ସବୁଠି କେବଳ ଭୋଲା ବାବା ପାର କରେଗା ଓ ବୋଲବମ୍‌ ଧ୍ବନି । ମନରେ କେତେ କାମନା ନେଇ କାନ୍ଧରେ ଜଳକୁମ୍ଭ ବୋହି ସଭିଏଁ ଚାଲିଛନ୍ତି ଭୋଲାବାବା ପାଖରେ ଜଳଲାଗି କରିବା ପାଇଁ । ତେବେ ଶ୍ରାବଣ ମାସରେ ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଥିବାବେଳେ ଦ୍ବିତୀୟ ସୋମବାରରେ ସବୁଠାରୁ ଅଧିକ ଭିଡ ଦେଖିବାକୁ ମିଳିଛି ବୈତରଣୀ ନଦୀର ଦଶ୍ବାଶମେଧ ଘାଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବିଶ୍ବାସ ରହିଛି ଏହି ଘାଟରୁ ଜଳ ଭାର ନେଇ ମହାଦେବଙ୍କ ପାଖରେ ଲାଗି କଲେ ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୁଏ । ତେଣୁ ଜିଲ୍ଲାରୁ ହଜାର ହଜାର କାଉଡିଆ ଏହି ଘାଟରୁ ଜଳ ସଂଗ୍ରହ କରି ମୁହଁରେ ବୋଲବମ୍‌ ଧ୍ବନି ନେଇ ଭୋଳା ବାବାଙ୍କ ପାଖରେ ଜଳଲାଗି କରିଥାଆନ୍ତି ।

ତେବେ ଏହି ଘାଟରୁ କାଉଡିଆମାନେ ଜଳ ସଂଗ୍ରହ କରି ଲୋକନାଥ, ଆଖଣ୍ଡଳମଣୀ ଓ କପିଳାସ ଆଦି ପୀଠକୁ ଯାଉଥିବାର ଦେଖିବାକୁ ମିଳନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details